Categories: Home Leftଖେଳ

ବିଜେତାକୁ ୪ ନିୟୁତ ଡଲାର

ଦୁବାଇ, ୨୩ା୯ (ପି.ଟି.): ଆଗାମୀ ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟ ବିଶ୍ୱକପ୍‌ର ବିଜେତାକୁ ମିଳିବ ୪ ନିୟୁତ ଆମେରିକୀୟ ଡଲାର (ପ୍ରାୟ ୩୩ କୋଟି ଟଙ୍କା) ଏବଂ ରନରଅପ୍‌ ପାଇବ ୨ ନିୟୁତ ଡଲାର (ପ୍ରାୟ ୧୬ କୋଟି ଟଙ୍କା)। ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ପକ୍ଷରୁ ଶୁକ୍ରବାର ଆସନ୍ତାମାସରେ ଆରମ୍ଭ ହେବାକୁଥିବା ଟୁର୍ନାମେଣ୍ଟରେ ଖେଳାଯିବାକୁଥିବା ସମସ୍ତ ୪୮ଟି ମ୍ୟାଚ ପାଇଁ ପୁରସ୍କାର ରାଶି ଘୋଷଣା କରାଯାଇଛି। ତଦନୁସାରେ ଦୁଇ ପରାଜିତ ସେମିଫାଇନାଲିଷ୍ଟ ପ୍ରତ୍ୟେକେ ୮୦୦,୦୦୦ ଆମେରିକୀୟ ଡଲାର (ପ୍ରାୟ ୬ କୋଟି ଟଙ୍କା) ଲେଖାଏ ପାଇବେ। ଅନ୍ୟ ଯେଉଁ ୬ଟି ଦଳ ନକ୍‌ଆଉଟ ପର୍ଯ୍ୟାୟକୁ ଉନ୍ନୀତ ହୋଇପାରିବେ ନାହିଁ ସେମାନେ ପ୍ରତ୍ୟେକ ୧୦୦,୦୦୦ ଡଲାର (ପ୍ରାୟ ୮୨ ଲକ୍ଷ ଟଙ୍କା), ପ୍ରତ୍ୟେକ ଗ୍ରୁପ୍‌ ପର୍ଯ୍ୟାୟ ମ୍ୟାଚର ବିଜେତା ପ୍ରୋତ୍ସାହନମୂଳକ ୪୦,୦୦୦ ଡଲାର (୩୩ ଲକ୍ଷ ଟଙ୍କା) ଲେଖାଏଁ ପାଇବେ।

Share