ଅଳିଆଗଦା ଭୁଶୁଡ଼ି ଚାଲିଗଲା ୪ ଜୀବନ: ୩୪ ଫସିଥିବା ଆଶଙ୍କା, ଉଦ୍ଧାର କାର୍ଯ୍ୟ ଜାରି…

ମାନିଲା,୧୦ା୧: କେନ୍ଦ୍ରୀୟ ଫିଲିପାଇନ୍ସରେ ଏକ ଅଳିଆଗଦା ଭୁଶୁଡ଼ି ଅନୂ୍ୟନ ୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅଳିଆ ତଳେ ୩୪ ଜଣ ଫସିରହିଥିବା ଆଶଙ୍କା କରାଯାଉଛି। ଉଦ୍ଧାର କାର୍ଯ୍ୟ ଜାରି ରହିଛି।

ଅଳିଆ ଗଦା ମଧ୍ୟରୁ ୧୨ ଜଣ ଶ୍ରମିକଙ୍କୁ ଆହତ ଅବସ୍ଥାରେ ଉଦ୍ଧାର କରାଯାଇଛି। ପୋଲିସ, ଅଗ୍ନିଶମ କର୍ମଚାରୀ, ବିପର୍ଯ୍ୟୟ ପ୍ରଶମନ କର୍ମଚାରୀ ବିପଜ୍ଜନକ ସ୍ଥିତିରେ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି। ଅଳିଆଗଦା ମଧ୍ୟରେ ଏବେ ବି କେତେଜଣ ଜୀବନ ଥିବାର ସଙ୍କେତ ମିଳିଥିବା କର୍ତ୍ତୃପକ୍ଷ କହିଛନ୍ତି। ସେଥିପାଇଁ ଅତ୍ୟାଧୁନିକ ମେଶିନ ସହାୟତାରେ ସାବଧାନତାର ସହ ଖନନ କରାଯାଉଥିବା ସିଟି ମେୟର କହିଛନ୍ତ