ଗଞ୍ଜେଇ ଧରି ବସ୍‌ରେ ଯିବାକୁ କରିଥିଲେ ଅପେକ୍ଷା: ମାଡ଼ି ବସିଲେ ଅବକାରୀ ଅଧିକାରୀ

ଖଡ଼ିଆଳ,୧୭ା୧୦(ସୁଜିତ କୁମାର ପ୍ରଧାନ)- ନୂଆପଡ଼ା ଜିଲା ଖଡ଼ିଆଳ ଅବକାରୀ ବିଭାଗ ପକ୍ଷରୁ କୋମନା ଥାନା ଅନ୍ତର୍ଗତ କ୍ରିଷ୍ଣା ଛକଠାରେ ଚଢ଼ାଉ କରାଯାଇ ୪ କେଜି ଗଞ୍ଜେଇ ଜବତ କରାଯାଇଛି।

ଏଥିରେ ସମ୍ପୃକ୍ତ ଯୁବକଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଛି। ସେ ହେଲେ ରାଜସ୍ଥାନର ଆର୍ବାଜ ଖାଁ (୨୭)। ଆର୍ବାଜ ପ୍ଲାଷ୍ଟିକ ବସ୍ତାରେ ଗଞ୍ଜେଇ ଧରି ରାୟପୁର ବସ୍‌କୁ ଅପେକ୍ଷା କରିଥିବା ବେଳେ ଖଡ଼ିଆଳ ଅବକାରୀ କର୍ମଚାରୀ ତାଙ୍କୁ ଧରିଥିଲେ।

ଓଆଇସି ଅଲେଖ ପୁଟେଲଙ୍କ ନେତୃତ୍ୱରେ ଏଏସ୍‌ଆଇ ଅମରନାଥ ବିଶୋଇ, କନଷ୍ଟେବଲ ଗିରେନ୍ଦ୍ର କଟା ଓ ମଧୁସୂଦନ ସିଂ ଚଢାଉରେ ସାମିଲ ହୋଇଥିଲେ।