ଆମେରିକାରେ ୪ ଭାରତୀୟଙ୍କୁ ହତ୍ୟା, ସ୍ତ୍ରୀଙ୍କ ସହ ଆଉ ୩ ଜଣଙ୍କୁ ହତ୍ୟା କରି ସ୍ବାମୀ…

ଓ୍ବାଶିଂଟନ,୨୪ା୧: ଆମେରିକାର ଜର୍ଜିଆରେ ଏକ ଘରୋଇ ବିବାଦରେ ଜଣେ ଭାରତୀୟ ମହିଳା ଏବଂ ତାଙ୍କ ତିନି ଜଣ ସମ୍ପର୍କୀୟଙ୍କୁ ଗୁଳି କରି ହତ୍ୟା କରାଯାଇଛି। ସେହି ସମୟରେ ଏହି ଘରୋଇ ହିଂସାରୁ ରକ୍ଷା ପାଇବା ପାଇଁ ୩ ଜଣ ପିଲା ଏକ ଆଲମାରୀରେ ଲୁଚି ରହିଥିଲେ ବୋଲି କର୍ତ୍ତୃପକ୍ଷ କହିଛନ୍ତି।

ଶୁକ୍ରବାର ଆଟଲାଣ୍ଟା ନିକଟସ୍ଥ ଲରେନ୍ସଭିଲେ ସହରର ଏକ ବାସଭବନରେ ଗୁଳିକାଣ୍ଡ ଘଟିଥିଲା। ସନ୍ଦିଗ୍ଧ ଗୁଳିକାଣ୍ଡକାରୀଙ୍କୁ ଗିରଫ କରାଯାଇଛି ବୋଲି କହିଛନ୍ତି।

ଭାରତର କନ୍‌ସୁଲେଟ ଜେନେରାଲ କହିଛନ୍ତି ଯେ, ଶୋକସନ୍ତପ୍ତ ପରିବାରକୁ ସମସ୍ତ ପ୍ରକାରର ସହାୟତା ପ୍ରଦାନ କରାଯାଉଛି। ସେ କହିଛନ୍ତି, ପାରିବାରିକ ବିବାଦ ସହିତ ଜଡ଼ିତ ଏକ ଦୁଃଖଦ ଗୁଳିକାଣ୍ଡ ଘଟଣାରେ ଆମେ ଗଭୀର ଭାବରେ ଦୁଃଖିତ।

ସନ୍ଦିଗ୍ଧଙ୍କ ମଧ୍ୟରୁ ଆଟଲାଣ୍ଟାର ବିଜୟ କୁମାର (୫୧) ଭାବରେ ଚିହ୍ନଟ କରିଛି। ଗ୍ବ୍‌ିନେଟ କାଉଣ୍ଟି ପୋଲିସ କହିଛି, ଅନ୍ୟମାନେ ହେଲେ ବିଜୟଙ୍କ ସ୍ତ୍ରୀ ମିମୁ ଡୋଗ୍ରା (୪୩), ଗୌରବ କୁମାର (୩୩), ନିଧି ଚନ୍ଦର (୩୭) ଏବଂ ହରିଶ ଚନ୍ଦର (୩୮)।

ପୋଲିସ କହିଛି, ସେମାନେ ସ୍ଥାନୀୟ ସମୟ ବିଳମ୍ବିତ ରାତି ୨.୩୦ରେ ବ୍ରୁକ ଆଇଭି କୋର୍ଟର ଏକ ଘରୁ ୯୧୧ରେ ଏକ କଲ୍‌ ପାଇଥିଲେ। ଘଟଣାସ୍ଥଳରେ ପହଞ୍ଚିଥିବା ଅଧିକାରୀମାନେ ଘର ଭିତରେ ୪ ଜଣ ବୟସ୍କଙ୍କୁ ମୃତ ଅବସ୍ଥାରେ ପାଇଥିଲେ। ପ୍ରତ୍ୟେକଙ୍କ ଶରୀରରେ ଗୁଳି ବାଜିଥିଲା।

ତଦନ୍ତକାରୀମାନେ କହିଛନ୍ତି ଯେ, ଗୁଳିକାଣ୍ଡ ଆରମ୍ଭ ହେବା ସମୟରେ ତିନି ଜଣ ପିଲା ଉପସ୍ଥିତ ଥିଲେ। ପିଲାମାନେ ନିଜକୁ ସୁରକ୍ଷା ଦେବା ପାଇଁ ଏକ ଆଲମାରୀରେ ଲୁଚି ରହିଥିଲେ ଏବଂ ସେମାନଙ୍କ ମଧ୍ୟରୁ ଜଣେ ଜରୁରୀକାଳିନ ସେବାକୁ କଲ୍‌ କରିବାରେ ସଫଳ ହୋଇଥିଲେ, ଯାହା ପୋଲିସକୁ କିଛି ମିନିଟ୍‌ ମଧ୍ୟରେ ଘଟଣାସ୍ଥଳକୁ ପହଞ୍ଚିବାରେ ସାହାଯ୍ୟ କରିଥିଲା।

Dharitri –Odisha’s No.1 Trusted Odia Daily

Share