୩୯ ହଜାର କୋଟି ଉଠାଇଛନ୍ତି ଇପିଏଫ୍‌ ସଦସ୍ୟ

ନୂଆଦିଲ୍ଲୀ, ୧୫।୯: କର୍ମଚାରୀ ଭବିଷ୍ୟନିଧି ପାଣ୍ଠି (ଇପିଏଫ୍‌)ର ସଦସ୍ୟ ୩୯,୪୦୨ କୋଟି ଟଙ୍କା ଉଠାଣ କରିଛନ୍ତି। ମାର୍ଚ୍ଚ ୨୫ରୁ ଅଗଷ୍ଟ ୩୧ ମଧ୍ୟରେ ସଦସ୍ୟମାନେ ଏହି ରାଶି ଉଠାଇଥିବା ସରକାର ସୋମବାର ପାର୍ଲାମେଣ୍ଟକୁ ସୂଚନା ଦେଇଛନ୍ତି। କୋଭିଡ ପାଇଁ ଲୋକମାନେ ବିଭିନ୍ନ ସମସ୍ୟା ସାମ୍ନା କରୁଥିବା ଦେଖାଯାଉଛି। ଏହାକୁ ଧ୍ୟାନରେ ରଖି ଲୋକମାନେ ସେମାନଙ୍କ ଭବିଷ୍ୟନିଧି ରାଶିରୁ ଟଙ୍କା ଉଠାଉଥିବା ନଜରକୁ ଆସିଛି। ସ୍ବାସ୍ଥ୍ୟ ସମେତ ବିଭିନ୍ନ ଖର୍ଚ୍ଚ ଲାଗି ଲୋକମାନେ ଟଙ୍କା ଉଠାଣ କରୁଛନ୍ତି।