୩୮ ସେକେଣ୍ଡରେ ୭୫ ଜିଲାର ନାଁ କହି ଦେଉଛି ଏହି କୁନି ଝିଅ

ସୋସିଆଲ ମିଡିଆ ଏମିତି ଏକ ପ୍ଲାଟଫର୍ମ,ଯେଉଁଠି ପ୍ରତିଭାର ଅଭାବ ନାହିଁ। ଏଠାରେ ବେଳେବେଳେ ଏମିତି ଭିଡିଓ ଭାଇରାଲ ହୋଇଥାଏ ଯାହା ଦେଖି ଲୋକେ ଆଶ୍ଚର୍ଯ୍ୟ ପ୍ରକାଶ କରନ୍ତି। ନିକଟରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ଜଣେ କୁନି ଝିଅ ମାତ୍ର ୩୮ ସେକେଣ୍ଡରେ ଉତ୍ତରପ୍ରଦେଶର ୭୫ଟି ଜିଲାର ନାଁ କହି ଦେଉଛି।

ୟୁଜରମାନେ ମଧ୍ୟ କୁନି ଝିଅର ଏପରି ପ୍ରତିଭା ଦେଖି ଆଶ୍ଚର୍ଯ୍ୟ ହୋଇଛନ୍ତି। ଭିଡିଓ ଦେଖି ୟୁଜରମାନେ ନାନା ମନ୍ତବ୍ୟ ଦେଇଛନ୍ତି। ଜଣେ ୟୁଜର ଲେଖିଛନ୍ତି, ଭବିଷ୍ୟତରେ ନିଶ୍ଚିତ ଭାବରେ ଏହି ଝିଅ ଆଇଏଏସ୍‌ ହୋଇଯିବ। ଅନ୍ୟ ଜଣେ ୟୁଜର ଝିଅକୁ ସାଲ୍ୟୁଟ୍‌ ବୋଲି ଲେଖିଛନ୍ତି। ଏତେ କମ୍‌ ବୟସରେ ଏତେ ତଥ୍ୟ ଆଶ୍ଚର୍ଯ୍ୟଜନକ ବୋଲି ଆଉ ଜଣେ ୟୁଜର କହିଛନ୍ତି।