ହଠାତ୍‌ ପେଟବ୍ୟଥା ହୋଇ ଅସୁସ୍ଥ ହୋଇପଡିଲେ ୩୫ ଛାତ୍ରୀଛାତ୍ର: ହସ୍ପିଟାଲରେ ଭର୍ତ୍ତି କଲେ କର୍ତ୍ତୃପକ୍ଷ

ବୈପାରୀଗୁଡା,୨।୧୨(କଳ୍ପତରୁ ମହାନ୍ତି): ବୈପାରୀଗୁଡା ବ୍ଲକ ଅନ୍ତର୍ଗତ ଶୀରିବେଡା ପିଏମଶ୍ରୀ ସରକାରୀ ସ୍କୁଲ ହଷ୍ଟେଲର ୩୫ ଛାତ୍ରୀଛାତ୍ର ଅସୁସ୍ଥ ହୋଇ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି। ହଠାତ୍‌ ଛାତ୍ରୀଛାତ୍ରଙ୍କ ପେଟବ୍ୟଥା ହୋଇଥିଲା। ଯାହାପରେ କର୍ତ୍ତୃପକ୍ଷ ସୋମବାର ରାତିରେ ମେଡିକାଲରେ ଭର୍ତ୍ତି କରିଥିଲେ। ଭଲ ହେବା ପରେ ଛାତ୍ରୀଛାତ୍ରଙ୍କୁ ଡିସଚାର୍ଜ କରାଯାଇଥିବା ଜଣାପଡିଛି।

 

Dharitri – The Largest & Most Trusted Odia Daily