Categories: Home Leftଖେଳ

୩୩୨ ଆଥ୍‌ଲେଟଙ୍କୁ ମିଳିଲା ନିଯୁକ୍ତି

ନୂଆଦିଲ୍ଲୀ,୬ା୯: ସେଣ୍ଟ୍ରାଲ ଇଣ୍ଡଷ୍ଟ୍ରିଆଲ ସିକୁରିଟି ଫୋର୍ସ (ସିଆଇଏସ୍‌ଏଫ୍‌) ମୋଟ ୩୩୨ ଆଥ୍‌ଲେଟଙ୍କୁ ନିଯୁକ୍ତି ଦେଇଛି। ସେମାନଙ୍କ ମଧ୍ୟରେ ୧୭୯ ମହିଳା ରହିଥିବା ପାରାମିଲିଟାରୀ ସଂସ୍ଥା ତରଫରୁ ଶନିବାର କୁହାଯାଇଛି।

ଏହି କ୍ରୀଡ଼ାବିତ୍‌ମାନଙ୍କୁ ନେଇ ବିଭିନ୍ନ କ୍ରୀଡ଼ାରେ ୩୪ଟି ନୂଆ ପୁରୁଷ ଓ ମହିଳା ଦଳ ଗଠନ କରାଯିବ। ଏହି ଖେଳଗୁଡ଼ିକ ମଧ୍ୟରେ ତୀରନ୍ଦାଜୀ, ଲନ ଟେନିସ, ବ୍ୟାଡ୍‌ମିଣ୍ଟନ ଓ ସାଇକ୍ଲିଂ ଅନ୍ୟତମ ରହିଛି। ଦେଶରେ ସିଆଇଏସ୍‌ଏଫ୍‌ କର୍ମଚାରୀଙ୍କ ସଂଖ୍ୟା ୧.୭୦ ଲକ୍ଷ ରହିଛି। ସେମାନେ ଦେଶର ୬୯ ବେସାମରିକ ବିମାନବନ୍ଦର, ଦିଲ୍ଲୀ ମେଟ୍ରୋ ଏବଂ ସରକାରୀ ଓ ବେସରକାରୀ କ୍ଷେତ୍ରରେ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରତିଷ୍ଠାନରେ ସୁରକ୍ଷା ଦାୟିତ୍ୱରେ ରହିଛନ୍ତି। କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଅଧୀନରେ କାର୍ଯ୍ୟ କରୁଥିବା ଏହା ଏକ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀ।