500 Indian rupees money composition. Financial background. Many banknotes and wads of money. Business or economy concept. Cash.
ମୁମ଼୍ବାଇ,୪|୬: ଦେଶରେ ଲୋକସଭା ନିର୍ବାଚନ ଚାଲିଥିବା ବେଳେ ବୁଡ଼ି ଯାଇଛି। ୩୧ ଲକ୍ଷ କୋଟି ଟଙ୍କା । ଦେଶରେ କାହାର ସରକାର ହେବ, କିଏ ନିର୍ବାଚନ ଜିତିବ ସେ ଦ଼୍ବନ୍ଦ ଭିତରେ ସେୟାର ମାର୍କେଟ କ୍ରାସ କରିଯିବାରୁ ନିବେଶକଙ୍କୁ ବଡ଼ କ୍ଷତି ସହିବାକୁ ପଡ଼ିଛି।
ସୂଚନା ଥାଉକି, ସେୟାର ବଜାରରେ ଗୋଟିଏ ଦିନରେ ୬ ହଜାର ପଏଣ୍ଟ ଖସି ଯିବାରୁ ନିବେଶକଙ୍କ କୋଟି କୋଟି ଟଙ୍କା ବୁଡ଼ି ଯାଇଛି। ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜରେ ସେନ୍ସେକ୍ସ ୪,୩୯୦ ପଏଣ୍ଟ ହ୍ରାସ (୫.୭୪ ପ୍ରତିଶତ) ପାଇ ୭୨,୦୭୯.୦୫ ପଏଣ୍ଟରେ ବନ୍ଦ ହୋଇଛି। ସେହିପରି ନିଫ୍ଟି ୧୩୭୯ ପଏଣ୍ଟ ହ୍ରାସ ହୋଇ ୨୧,୮୮୪.୫୦ରେ ବନ୍ଦ ହୋଇଥିଲା ।
କାରବାର ଆରମ୍ଭରୁ ବମ୍ବେ ଷ୍ଟକ୍ ଏକ୍ସେଚେଞ୍ଜର ୩୦ ସେୟାର ବିଶିଷ୍ଟ ସେନ୍ସେକ୍ସ ୨୭୦୦ ଅଙ୍କ (୩.୬୬ ପ୍ରତିଶତ) ହ୍ରାସ ସହିତ ୭୩୬୬୯ ପଏଣ୍ଟକୁ ଖସି ଆସିଥିଲା| ସେହିପରି ନ୍ୟାଶନାଲ ଷ୍ଟକ୍ ଏକ୍ସଚେଞ୍ଜର ନିଫ୍ଟି ୮୦୯ ଅଙ୍କ (୩.୬ ପ୍ରତିଶତ) ହ୍ରାସ ସହିତ ୨୨୪୦୯ ସହ ସଂଘର୍ଷ କରିଥିଲା|ବମ୍ବେ ଷ୍ଟକ ଏକ୍ସଚେଞ୍ଜରେ ଲିଷ୍ଟେଡ୍ ଥିବା କମ୍ପାନୀମାନଙ୍କର ମାର୍କେଟ୍ କ୍ୟାପିଟାଲାଇଜେସନ୍ ୮୭୮ ଲକ୍ଷ କୋଟିରୁ ୪୧୭.୧୩ ଲକ୍ଷ କୋଟିକୁ ଖସି ଆସିଥିଲା |
ସେନ୍ସେକ୍ସର ଇଣ୍ଡକ୍ସରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଏବଂ ଏଚ୍ଡିଏଫ୍ସି ବ୍ୟାଙ୍କର ୫୬୫ ପଏଣ୍ଟ ହ୍ରାସ ପାଇଥିଲା| ଏଥିସହିତ ଏଲ୍ ଆଣ୍ଡ୍ ଟି, ଏସ୍ବିଆଇ, ଆଇଟିସି, ଏନ୍ଟିପିସି ଏବଂ ପାଓ୍ୱାର ଗ୍ରିଡ୍ ଭଳି ବଡ଼ ବଡ଼ କମ୍ପାନୀର ସେୟାର ଆଜି ଡାଉନ୍ ରହିଥିଲା| ସେହିପରି ନିଫ୍ଚିରେ ଆଦାନୀ ପୋଟର୍ସ, ଆଦାନୀ ଏଣ୍ଟର ପ୍ରାଇଜ୍, ଏଲ୍ ଆଣ୍ଡ୍ ଟି, ଓଏନ୍ଜିସି ଏବଂ କୋଲ ଇଣ୍ଡିଆର ସେୟାର ଡାଉନ୍ ରହିଥିଲା|ଗତକାଲି ସେୟାର ମାର୍କେଟ୍ରେ ଉତ୍ସାହ ଦିଖିବାକୁ ମିଳିଥିଲା |ଏହାକୁ ନଜରରେ ରଖି ନିବେଶକ ଆଜି ମଧ୍ୟ କାରବାର ଆରମ୍ଭ କରିଥିଲେ| ହେଲେ ଆଜି ଟ୍ରେଡିଂ ଆରମ୍ଭରୁ ଏହା କ୍ରାସ୍ କରିଥିଲା|