ପାଟଣା,୧୧।୧୦(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଖୀରେଇ ଟାଙ୍ଗିରି ସେକ୍ସନ ବୈତରଣୀ ନଦୀର ୩ ଧାରିଆ ଟାପୁରେ ଶୁକ୍ରବାର ବିଳମ୍ବିତ ରାତ୍ରିରୁ ୩୦ ଟିକିଆ ବଣୁଆ ହାତୀପଲ ଅଟକି ରହିଛନ୍ତି । ନଦୀର ଉଭୟ ପାର୍ଶରେ ପ୍ରଖର ସ୍ରୋତ ଥିବାରୁ ହାତୀ ପଲ ଫସି ରହିଛନ୍ତି। ହାତୀପଲ ନଦୀ ପାର ହେଉଥିବା ସମୟରେ ଟାପୁରେ ଅଟକି ରହିଛନ୍ତି। ନଦୀର ଉଭୟ ପାର୍ଶ୍ୱରେ ଲୋକଙ୍କ ଭିଡ଼ ଲାଗିରହିଛି। ୭ ଘଣ୍ଟା ଧରି ଭୋକ ଉପାସରେ ବୈତରଣୀ ନଦୀ ଟାପୁରେ ରହିଛନ୍ତି ହାତୀପଲ। ହାତୀଙ୍କ ପାଇଁ ଖାଦ୍ୟ ବ୍ୟବସ୍ଥା ପାଇଁ ବନ ବିଭାଗର ପ୍ରୟାସ ଆରମ୍ଭ କରିଛି। ହାତୀଙ୍କୁ ବରଡାଳ ସହ ବୈତାଳୁ ଓ କଦଳୀ ଦିଆଯିବା ନେଇ ଖିରେଇଟାଙ୍ଗିରୀ ବନପାଳ ପୂର୍ଣ୍ଣଚନ୍ଦ୍ର ମହାନ୍ତ ସୂଚନା ଦେଇଛନ୍ତି। ଏଣେ ଆଉ ୪ ଗୋଠଛଡା ଦନ୍ତାହାତୀ ଗୁଲୁଦି ପୋଷି ପ୍ରାଥମିକ ସ୍କୁଲ ପାଚେରୀ ଓ ଲାଟିନ ଘର ଭାଙ୍ଗି ଦେଇଛି।