ମର୍ମନ୍ତୁଦ ଦୁର୍ଘଟଣାରେ ୩୦ ଜଣଙ୍କ ମୃତ୍ୟୁ…

କରାଚି,୧୯।୭: ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପାକିସ୍ତାନ ପଞ୍ଜାବ ପ୍ରଦେଶର ଡେରା ଗାଜି ଖାଁଠାରେ ୩୦ ଜଣଙ୍କ ମୃତ୍ୟୁ ଘଟିଛି। ସିନ୍ଧୁ ହାଇଓ୍ବେରେ ଏକ ଯାତ୍ରୀବାହୀ ବସ୍‌ ସହିତ ଟ୍ରକ୍‌ର ଧକ୍କା ହୋଇଛି। ଏହି ଘଟଣାରେ ୪୦ ଜଣ ଆହତ ହୋଇଛନ୍ତି। ଆହତଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ଲାଗି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ବସ୍‌ଟି ସିଆଲକୋଟରୁ ଶଜନପୁର ଯାଉଥିଲା। ଲୋକେ ଇଦ୍‌ ପାଳନ ପାଇଁ ନିଜ ନିଜ ଘରକୁ ଫେରୁଥିଲେ। ବସ୍‌ରେ ୭୫ ଜଣ ଯାତ୍ରୀ ଯାତ୍ରା କରୁଥିବା ସ୍ଥାନୀୟ ଅଧିକାରୀ ନୈୟର ଆଲମ୍‌ ସୂଚନା ଦେଇଛନ୍ତି। ଯାତ୍ରୀଙ୍କ ମଧ୍ୟରେ ଅଧିକ ସଂଖ୍ୟକ ଶ୍ରମିକ ଥିଲେ ବୋଲି ସେ କହିଛନ୍ତି। ମୃତାହତଙ୍କ ସଂଖ୍ୟା ବୃଦ୍ଧି ପାଇବାର ଆଶଙ୍କା ରହିଥିବା ହସ୍ପିଟାଲ ପକ୍ଷରୁ କୁହାଯାଇଛି। ଏନେଇ ଗୃହମନ୍ତ୍ରୀ ଶେଖ୍‌ ରଶିଦ୍‌ ଶୋକ ପ୍ରକାଶ କରିଛନ୍ତି। ଦ୍ରୁତଗତି ଯୋଗୁ ଏଭଳି ହୋଇଥିବା ପାକିସ୍ତାନର ସୂଚନା ପ୍ରସାରଣ ମନ୍ତ୍ରୀ ଫଓ୍ବାଦ୍‌ ଚୌଧୁରୀ କହିଛନ୍ତି।