ଅବୁ ଆଜମିଙ୍କ ସହଯୋଗୀଙ୍କ ଘର ସମେତ ୩୦ ସ୍ଥାନରେ ଆଇଟି ଚଢ଼ାଉ

ମୁମ୍ବାଇ,୧୬ା୧୧: ବେନାମୀ ସମ୍ପତ୍ତି ଏବଂ କଳାଧନ ମାମଲାରେ ଆୟକର ବିଭାଗ ମଙ୍ଗଳବାର ସମାଜବାଦୀ ପାର୍ଟି ନେତା ଅବୁ ଆଜମିଙ୍କ ସହଯୋଗୀଙ୍କ ଘରେ ଚଢ଼ାଉ କରିଛି। ଅବୁଙ୍କ ସହଯୋଗୀ ସ୍ବର୍ଗତ ଗଣେଶ ଗୁପ୍ତାଙ୍କ ସ୍ତ୍ରୀ ଆଭା ଗୁପ୍ତାଙ୍କ ଘର ସମେତ ମୁମ୍ବାଇ, ବାରାଣସୀ, କାନପୁର,ଦିଲ୍ଳୀ,କୋଲକାତା ଏବଂ ଲକ୍ଷ୍ନୌ ସହରରେ ପାଖାପାଖି ୩୦ ସ୍ଥାନରେ ଏହି ଚଢ଼ାଉ ହୋଇଛି। ମାମଲା ସଂକ୍ରାନ୍ତରେ ବହୁ ରାଜନେତାଙ୍କୁ ଯାଞ୍ଚ ପରିସରଭୁକ୍ତ କରାଯିବ ବୋଲି ଆୟକର ବିଭାଗ ପକ୍ଷରୁ କୁହାଯାଇଛି।