ଛତ୍ରପୁର,୨୭।୩(ଦିଲ୍ଲୀପ ସାମଲ): ଛତ୍ରପୁର ବ୍ଲକ ମୁନିସିପେଣ୍ଠ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଆନ୍ଧ୍ରପ୍ରଦେଶ ରାଜ୍ୟରୁ ୩୦ ଜଣିଆ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପରିଦର୍ଶନ କରିଛନ୍ତି। ଉପସ୍ଥିତ ଥିବା ଅତିଥିଙ୍କ ମଧ୍ୟରୁ ମୁଖ୍ୟ ପରିଚାଳନା ଦାୟିତ୍ୱରେ ଛତ୍ରପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ସମ୍ବିତ୍ ସଂଗ୍ରାମଜିତ ସାହୁ ଏବଂ ସ୍ବାସ୍ଥ୍ୟ କ୍ଷେତ୍ରରେ ଅନ୍ୟାନ୍ୟ ପରିଦଷ୍ଟା ପାଇଁ ଡା. ସ୍ବାଧୀନ ରଥ, ବ୍ଲକ ପବ୍ଲିକ ହେଲଥ ଅଫିସର, ଏସଏଆରଡ଼ିରୁ ଆସିଥିବା ଭୁବନେଶ୍ୱର ଅଫିସିଆଲ ଷ୍ଟାଫ ତାହା ସହିତ ଗ୍ରାମ ପଞ୍ଚାୟତର ସରପଞ୍ଚ ନିରଞ୍ଜନ ପ୍ରଧାନ, ସମିତ ସଭ୍ୟ ଶମ୍ଭୁନାଥ ସ୍ବାଇଁ ପ୍ରମୁଖ ଉପସ୍ଥିତ ଥିଲେ।
ପୋଟଲାମପୁର ଗ୍ରାମପଞ୍ଚାୟତକୁ ଜାତୀୟସ୍ତରରେ ସୁସ୍ଥ ଗ୍ରାମପଞ୍ଚୟତ ରୂପରେ ବିବେଚିତ ହୋଇଥିବା କାରଣରୁ ତାଙ୍କ ପରିଦର୍ଶନରେ ସମସ୍ତ କାର୍ଯ୍ୟକ୍ରମରେ ସ୍ବାସ୍ଥ୍ୟ ବିଭାଗର ସମସ୍ତ ଉପରଖିତ ପରଦର୍ଶିକ ଉପରେ ରଥ ନିଜର ସମୂହ ବିବରଣୀ ପ୍ରଦାନ କରିଥିଲେ ଏବଂ ତାଙ୍କ ସହିତ ଗ୍ରାମସଭା ବୈଠକ, ଗ୍ରାମ ସଫା ଓ ପରିଚ୍ଛନ୍ନ ଏବଂ ଗ୍ରାମ ପଞ୍ଚାୟତର ସମସ୍ତ କାର୍ଯ୍ୟକ୍ରମ ପାଇଁ ଛତ୍ରପୁର ବିଡ଼ିଓ ଶ୍ରୀ ସାହୁ ଏହି ବିଷୟରେ ଆଲୋକପାତ କରିଥିଲେ। ସେମାନେ ଏହି ପରିଦର୍ଶନ କଲା ପରେ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ତଥା ସ୍ବାସ୍ଥ୍ୟବାନ ପଞ୍ଚାୟତର ସମସ୍ତ କର୍ଯ୍ୟକମକୁ ଦେଖିବା ପରେ ନିଜ ତରଫରୁ ବହୁତ୍ ଖୁସି ହୋଇଥିଲେ। ତେଣୁ ଏହା ଆମ ପଞ୍ଚାୟତର ଗୋଟେ ଗର୍ବ ଆଉ ଗୌରବ ବୋଲି ଡା. ସ୍ବାଧୀନ ରଥ ଏବଂ ବିଡ଼ିଓ ଶ୍ରୀ ସାହୁ ପରିପ୍ରକାଶ କରିଛନ୍ତି ।
ସିଡ଼ିପିଓ ପ୍ରଣମିତା ପଣ୍ଡା, ବିପିଏମ ସୀମାଞ୍ଚଳ ପ୍ରଧାନ, ପିଏଚଇଓ ବରୁଣ କୁମାର ପାଣିଗ୍ରାହୀ, ନାୟନିକ ପଣ୍ଡା, ଶର୍ମିଷ୍ଠା ଦାସ, ସୁଚିସ୍ମିତା ବେହେରା ଏବଂ ମେଡିକାଲର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ। ପରେ ଅତିଥିମାନେ ତାରାତାରିଣୀ ମନ୍ଦିର ପରିଦର୍ଶନ କରିବାର ବ୍ୟବସ୍ଥା କରାଯାଇଥିଲା । ସତ୍ୟ ପ୍ରସାଦ ବିଡିଓ, କାକିନାଡା ସ୍ବତନ୍ତ୍ର ରୂପେ ଡାକ୍ଟର ରଥଙ୍କୁ ପ୍ରଶଂସା କରିଥିଲେ ଏବଂ ଆଗାମୀ ଦିନରେ ସ୍ବାସ୍ଥ୍ୟ କ୍ଷେତ୍ରରେ ଉପଲବ୍ଧି ପାଇଁ ଆନ୍ଧ୍ର ପ୍ରଦେଶର କାର୍ଯ୍ୟକ୍ରମରେ ଅତିଥି ରୂପେ ନିମନ୍ତ୍ରଣ ସହ ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ ।