ଭୁବନେଶ୍ୱର,୩ା୫(ଅନୁରାଧା ମହାରଣା):ଭୁବନେଶ୍ୱରରୁ ଚଳାଚଳ କରୁଥିବା ୩ଟି ଟ୍ରେନ ପାଇଁ ଟର୍ମିନାଲ ପଏଣ୍ଟ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏହି ଟ୍ରେନ୍ଗୁଡିକ ଭୁବନେଶ୍ୱର ମୁଖ୍ୟ ଷ୍ଟେଶନ ପରିବର୍ତ୍ତେ ନୂଆ ଭୁବନେଶ୍ୱର ଷ୍ଟଶନରୁ ଯାତ୍ରା ଆରମ୍ଭ କରିବେ। ଏହି ଟ୍ରେନଗୁଡ଼ିକ ମଧ୍ୟରେ ୧୧୦୨୦/୧୧୦୧୯ ଭୁବନେଶ୍ୱର-ସିଏସ୍ଏମ୍ଟି ମୁମ୍ବାଇ-ଭୁବନେଶ୍ୱର କୋଣାର୍କ ଏକ୍ସପ୍ରେସ, ୧୭୦୧୫/୧୭୦୧୬ ଭୁବନେଶ୍ୱର-ସିକନ୍ଦରାବାଦ-ଭୁବନେଶ୍ୱର ବିଶାଖା ଏକ୍ସପ୍ରେସ ଏବଂ ୨୨୮୧୯/୨୨୮୨୦ ଭୁବନେଶ୍ୱର-ବିଶାଖାପାଟଣା-ଭୁବନେଶ୍ୱର ଇଣ୍ଟରସିଟି ଏକ୍ସପ୍ରେସ ରହିଛି। ଏହାଦ୍ୱାରା କଟକ, ଆଠଗଡ଼ ଓ ଉତ୍ତର ଭୁବନେଶ୍ୱର ଅଞ୍ଚଳବାସୀ ବିଶେଷଭାବରେ ଉପକୃତ ହେବେ।
ମେ ୧୧ରୁ ମୁମ୍ବାଇରୁ ଛାଡୁଥିବା ୧୧୦୧୯ ମୁମ୍ବାଇ-ଭୁବନେଶ୍ୱର କୋଣାର୍କ ଏକ୍ସପ୍ରେସ ଭୁବନେଶ୍ୱର ନୂତନ ଷ୍ଟେଶନରେ ଏହାର ଯାତ୍ରା ଶେଷ କରିବ। ପୂର୍ବ ନିର୍ଦ୍ଧାରିତ ସମୟରେ ଭୁବନେଶ୍ୱର ମୁଖ୍ୟ ଷ୍ଟେସନରେ ପହଞ୍ଚିବା ପରେ, ଏହି ଟ୍ରେନ ରାତ୍ରି ୧୧ଟା ୫୫ରେ ଭୁବନେଶ୍ୱର ନୂତନ ଅଭିମୁଖେ ଯାତ୍ରା କରିବ। ଏହି ଟ୍ରେନ୍ ରାତ୍ରି ୧୨ଟା ୦୨ରେ ମଞ୍ଚେଶ୍ୱର ଷ୍ଟେଶନରେ ପହଞ୍ଚତ୍ବ ଏବଂ ୧୨ଟା ୦୪ରେ ଛାଡ଼ି ରାତ୍ରି ୧୨ଟା ୨୦ରେ ଭୁବନେଶ୍ୱର ନୂତନ ଷ୍ଟେଶନରେ ପହଞ୍ଚତ୍ବ। ୧୧୦୨୦ ଭୁବନେଶ୍ୱର-ମୁମ୍ବାଇ କୋଣାର୍କ ଏକ୍ସପ୍ରେସ ମେ ୧୨ରୁ ଭୁବନେଶ୍ୱର ମୁଖ୍ୟ ଷ୍ଟେଶନ ପରିବର୍ତ୍ତେ ଅପରାହ୍ନ ୨ଟା ୪୦ରେ ଭୁବନେଶ୍ୱର ନୂତନ ଷ୍ଟେଶନରୁ ଛାଡ଼ିବ। ଏହି ଟ୍ରେନ ଅପରାହ୍ନ ୨ଟା ୪୮ରେ ମଞ୍ଚେଶ୍ୱରରେ ପହଞ୍ଚତ୍ ଅପରାହ୍ନ ୨ଟା ୫୦ରେ ଭୁବନେଶ୍ୱର ମୁଖ୍ୟ ଷ୍ଟେଶନ ଅଭିମୁଖେ ଛାଡ଼ିବ ଓ ପରେ ଏହି ଟ୍ରେନ ପୂର୍ବ ନିର୍ଦ୍ଧାରିତ ସମୟରେ ମୁମ୍ବାଇ ଅଭିମୁଖେ ଯାତ୍ରା କରିବ।
ସେହିପର ମେ ୧୧ରୁ ସିକନ୍ଦରାବାଦରୁ ଛାଡୁଥିବା ୧୭୦୧୬ ସିକନ୍ଦରାବାଦ-ଭୁବନେଶ୍ୱର ବିଶାଖା ଏକ୍ସପ୍ରେସ ଭୁବନେଶ୍ୱର ନୂତନ ଷ୍ଟେଶନରେ ଯାତ୍ରା ଶେଷ କରିବ। ନିର୍ଦ୍ଧାରିତ ସମୟରେ ଭୁବନେଶ୍ୱର ମୁଖ୍ୟ ଷ୍ଟେଶନରେ ପହଞ୍ଚତ୍ବା ପରେ ଭୁବନେଶ୍ୱର ନୂତନ ଷ୍ଟେଶନ ଅଭିମୁଖେ ଯାତ୍ରା କରିବ। ଏହି ଟ୍ରେନ ଅପରାହ୍ନ ୪ଟା ୦୪ରେ ମଞ୍ଚେଶ୍ୱରରେ ପହଞ୍ଚତ୍ ଅପରାହ୍ନ ୪ଟା ୬ରେ ଛାଡ଼ିବ ଏବଂ ତା’ପରେ ଅପରାହ୍ନ ୪ଟା ୨୫ରେ ଭୁବନେଶ୍ୱର ନୂତନ ଷ୍ଟେଶନରେ ପହଞ୍ଚତ୍ବ।
୧୭୦୧୫ ଭୁବନେଶ୍ୱର-ସିକନ୍ଦରାବାଦ ବିଶାଖା ଏକ୍ସପ୍ରେସ ଓ ୨୨୮୧୯ ଭୁବନେଶ୍ୱର-ବିଶାଖାପାଟଣା ଇଣ୍ଟରସିଟି ଏକ୍ସପ୍ରେସ ମେ’ ୧୨ରୁ ଭୁବନେଶ୍ୱର ମୁଖ୍ୟ ଷ୍ଟେଶନ ପରିବର୍ତ୍ତେ ଭୁବନେଶ୍ୱର ନୂତନ ଷ୍ଟେଶନରୁ ବାହାରି ମଞ୍ଚେଶ୍ୱରରେ ପହଞ୍ଚତ୍ବ। ସେଠାରେ ରହଣି କରିବାପରେ ଭୁବନେଶ୍ୱର ମୁଖ୍ୟ ଷ୍ଟେଶନ ଅଭିମୁଖେ ଯାତ୍ରା କରିବ।