Mohammad Shami of Kings XI Punjab bowling during match 36 of season 13 of the Dream 11 Indian Premier League (IPL) between the Mumbai Indians and the Kings XI Punjab held at the Dubai International Cricket Stadium, Dubai in the United Arab Emirates on the 18th October 2020. Photo by: Saikat Das / Sportzpics for BCCI
ଦୁବାଇ,୧୯।୧୦(ପି.ଟି.): ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍)ର ସୁପର ସନ୍ଡେରେ ୩ ସୁପର ଓଭର ଦେଖିବାକୁ ମିଳିଛି। ୨ଟି ଯାକ ମ୍ୟାଚ ସୁପର ଓଭରରେ ସମାପ୍ତ ହୋଇଥିବାବେଳେ ପ୍ରଥମଟିରେ ସନ୍ରାଇଜର୍ସ ହାଇଦ୍ରାବାଦକୁ କୋଲକାତା ନାଇଟ ରାଇଡର୍ସ ଏବଂ ଦ୍ୱିତୀୟ ଡବଲ ସୁପର ଓଭର ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସକୁ କିଙ୍ଗ୍ସ ଇଲେଭେନ ପଞ୍ଜାବ ପରାସ୍ତ କରିଛି। ପ୍ରଥମ ମ୍ୟାଚର ସୁପର ଓଭରରେ ସନରାଇଜର୍ସ ମାତ୍ର ୨ ରନ କରି ଅଲଆଉଟ ହୋଇଥିଲା। ଲୋକି ଫର୍ଗୁସନଙ୍କ ବୋଲିଂକୁ ଖେଳି ନ ପାରି ସନ୍ରାଇଜର୍ସ ଅଧିନାୟକ ଡେଭିଡ ଓ୍ବାର୍ନର ଡକ୍(୦) ଓ ଅବଦୁଲ ସମଦ ୨ ରନରେ ଆଉଟ ହୋଇଥିଲେ। ଫଳରେ କୋଲକାତା ସମ୍ମୁଖରେ ୩ ରନ ବିଜୟ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା। ରଶିଦ ଖାଁଙ୍କ ଓଭରରୁ କୋଲକାତା ୪ଟି ବଲ୍ରୁ ଆବଶ୍ୟକ ୩ ରନ ସଂଗ୍ରହ କରି ନେଇଥିଲା। ନିର୍ଦ୍ଧାରିତ ୨୦ ଓଭରରେ କୋଲକାତା ନାଇଟ ରାଇଡର୍ସ ୫ ଉଇକେଟ ହରାଇ ୧୬୩ ଏବଂ ସନ୍ରାଇଜର୍ସ ହାଇଦ୍ରାବାଦ ୬ ଉଇକେଟ ହରାଇ ୧୬୩ ରନ କରିବାକୁ ସକ୍ଷମ ହୋଇଥିଲା।