ବଲାଙ୍ଗୀର/ପାଟଣାଗଡ,୧୨।୧୦(ସୁନିଲ ମହାନ୍ତି, ସଚିଦାନନ୍ଦ କହାକୁର): ବଲାଙ୍ଗୀର ଜିଲା ପାଟଣାଗଡ ଥାନା ଭାଇଁସା ଗାଁର ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଥିବା ପୁରୁଣା ପରିତ୍ୟକ୍ତ କୋଠାରୁ ତିନିଟି କଙ୍କାଳ ଠାବ ହୋଇଛି। ଏ ନେଇ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଛି। ଘଟଣାସ୍ଥଳକୁ ପାଟଣାଗଡ ପୋଲିସ ଓ ସାଇଣ୍ଟିଫିକ୍ ଟିମ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି।
ତେବେ ଏହା ଶିଶୁ ମାନଙ୍କର ନାଁ ପଶୁ ମାନଙ୍କର ଏପର୍ଯ୍ୟନ୍ତ ଜଣାପଡିନାହିଁ। ପରିତ୍ୟକ୍ତ ୟୁରିନାଲରେ କିଏ ଏବଂ କାହିଁକି ତିନୋଟି କଙ୍କାଳ ଫିଙ୍ଗିଲା ସେ ନେଇ ସାଧାରଣରେ ଚର୍ଚ୍ଚା ଜୋର ଧରିଛି । ଅନ୍ୟପଟେ କିଛି ଲୋକ ମାଙ୍କଡ଼ର କଙ୍କାଳ ବୋଲି କହୁଥିବା ଆଲୋଚନା ହେଉଛି । କେତେକ ଶିଶୁ କଙ୍କାଳ ନେଇ ଆଲୋଚନା କରୁଥିବା ବେଳେ ଅବୈଧ ଭୃଣ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି। ପାଟଣାଗଡ଼ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି। ସାଇଣ୍ଟିଫିକ ଟିମ ପହଞ୍ଚିଥିବା ଜଣା ପଡ଼ିଛି।