ସିମା ଇଲେକ୍ଟ୍ରିକ ପକ୍ଷରୁ ୩ଟି ନୂଆ ଇଭି ମଡେଲ

ନୂଆଦିଲ୍ଲୀ,୧୩।୯:ଓଡ଼ିଶାଭିତ୍ତିକ ମେଡ୍‌-ଇନ୍‌-ଇଣ୍ଡିଆ ଇଭି ନିର୍ମାତା ସିମା ଇଲେକ୍ଟ୍ରିକ (ସିମା ଇ-ଭେଇକିଲ ଆଣ୍ଡ ସୋଲାର ପ୍ରାଇଭେଟ ଲିମିଟେଡ ବା ଏସ୍‌ଇଏସ୍‌) ପକ୍ଷରୁ ଇଭି ଇଣ୍ଡିଆ ଏକ୍ସପୋ-୨୦୨୨ରେ ୩ଟି ନୂଆ ହାଇସ୍ପିଡ ଇଲେକ୍ଟ୍ରିକ ସ୍କୁଟର୍‌ର ଉନ୍ମୋଚନ କରାଯାଇଛି। ନିକଟରେ ଇଣ୍ଡିଆ ଏକ୍ସପୋ ସେଣ୍ଟରଠାରେ ଆୟୋଜିତ ଇଭି ଏକ୍ସପୋରେ ବ୍ରାଣ୍ଡ୍‌ର ନୂତନ ଇ-ସ୍କୁଟର ଯଥା ଇଗଲ ପ୍ଲସ, ଗ୍ରାଏଫୋନ ଏବଂ ଟଫ୍‌ ପ୍ଲସକୁ ପ୍ରଦର୍ଶିତ କରାଯାଇଛି। ଏହି ପରିପ୍ରେକ୍ଷୀରେ ସିମା ଇଲେକ୍ଟ୍ରିକର ପ୍ରତିଷ୍ଠାତା ତଥା ସିଓଓ ଯୋଗେଶ କୁମାର ଲଥ କହିଛନ୍ତି, ସମଗ୍ର ଅଟୋମୋବାଇଲ ଶିଳ୍ପ ବର୍ତ୍ତମାନ ଜାରି ରହିଥିବା ଇ-ମୋବିଲିଟି ମିଶନରେ ଯୋଗଦାନ ପାଇଁ ନିରନ୍ତର ଭାବେ କାଯର୍‌ୟ କରୁଥିବାବେଳେ ଆମେ ଏଭଳି ଉପତ୍ାଦ ଯୋଗାଇଦେବାର ପ୍ରୟାସ କରୁଛୁ, ଯାହା ଗୁଣବତ୍ତା ଏବଂ କାଯର୍‌ୟଦକ୍ଷତା ସ୍ତରରେ କମ୍‌ ହୋଇନଥିବ ା ଇଭି ଏକ୍ସପୋ ଇଣ୍ଡିଆରେ ଆମେ ଏହି ଚାହିଦାକୁ ବୁଝିବା ଏବଂ ଆମର ପ୍ରୟାସକୁ ପ୍ରଦର୍ଶିତ କରିବା ଲାଗି ଉପଯୁକ୍ତ ମଞ୍ଚ ପାଇଛୁ ା ଆମର ଉପତ୍ାଦ ରେଞ୍ଜ ପାଇଁ ଅତ୍ୟନ୍ତ ଉସତ୍ାହଭରା ପ୍ରତିକ୍ରିୟା ପାଇଛୁ ଏବଂ ଆମେ ନିଶ୍ଚିତ ଯେ ଏହି ନୂତନ ଉନ୍ମୋଚନ ପରେ ମଧ୍ୟ ସମାନ ପ୍ରତିକ୍ରିୟା ହାସଲ କରିବୁ ା
ବର୍ତ୍ତମାନ ବ୍ରାଣ୍ଡ୍‌ର ୫ଟି ନିମ୍ନ ବେଗ ବାହନ ରହିଛି ା ନୂଆକରି ଉନ୍ମୋଚିତ ଏହି ଇ-ସ୍କୁଟରଗୁଡ଼ିକୁ ଔପଚାରିକ ଭାବେ ଚଳିତ ଅକ୍ଟୋବର ମଧ୍ୟଭାଗ ସୁଦ୍ଧା ଶୁଭାରମ୍ଭ କରାଯିବ ବୋଲି ଅନୁମାନ କରାଯାଉଛି।