ଫୁଲବାଣୀ, ୭।୭(ରାକେଶ କୁମାର ରାଉତ): କନ୍ଧମାଳ ପୋଲିସ ପାଖରେ ୩ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ସେମାନଙ୍କ ମଧ୍ୟରେ ୨ ମହିଳା ଏବଂ ଜଣେ ଯୁବକ ରହିଛନ୍ତି। ସେମାନେ ହେଲେ ଛତିଶଗଡର ଚମ୍ପା, ମଞ୍ଜୁ ଏବଂ ଅଜୟ। ଚମ୍ପା ବିଜିଏନ ସଂଗଠନରେ ଡିସିଏମ କ୍ୟାଡର ଥିବା ବେଳେ ମଞ୍ଜୁ ଏବଂ ଅଜୟ କେକେବିଏନ ସଂଗଠନରେ ଏସିଏମ ଭାବେ କାର୍ଯ୍ୟ କରୁଥିଲେ। ସଂଗଠନରେ ଅତିଷ୍ଠ ହୋଇଥିଲେ। ସରକାରଙ୍କ ଥଇଥାନ ନୀତି ଏବଂ ଓଡିଶା ପୋଲିସର ବିଶ୍ୱାସ କରି ଆତ୍ମସମର୍ପଣ କରିଛନ୍ତି ବୋଲି ସୋମବାର ଜିଲା ପୋଲିସ କାର୍ଯ୍ୟାଳୟରେ ଅନୁଷ୍ଠିତ ଖବରଦାତା ସମିଳନୀରେ ଦକ୍ଷିଣାଞ୍ଚଳ ଆଇଜି ନୀତି ଶେଖର ସୂଚନା ଦେଇଛନ୍ତି। ଏହି ଖବରଦାତା ସମିଳନୀରେ କନ୍ଧମାଳ ଏସପି ହରିଶ ବିସି ଉପସ୍ଥିତ ଥିଲେ।