ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ୩ ମୃତ, ୫ ଆହତ

ଭୋପାଳ,୨୭।୫: ମଧ୍ୟପ୍ରଦେଶର ମନ୍ଦସୌର ଜିଲାରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ଟ୍ରାକ୍ଟର ଟ୍ରଲି ସହିତ କାର ଧକ୍କା ହେବା ଫଳରେ ତିନି ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ପାଞ୍ଚ ଜଣ ଆହତ ହୋଇଛନ୍ତି। ଜଣେ ଅଧିକାରୀ କହିଛନ୍ତି, ଉଜୈନରୁ ମନ୍ଦସୌର ଅଭିମୁଖେ ଏକ କାର୍‌ରେ ପରିବାରର ୮ ଜଣ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି। ସେ କହିଛନ୍ତି, କାର୍‌ଟି ରାସ୍ତାରେ ଅଟକି ରହିଥିବା ଟ୍ରାକ୍ଟର ଟ୍ରଲିର ପଛପଟୁ ଧକ୍କା ଦେଇଥିଲା।