ଅଶାନ୍ତ ହେବାରେ ଲାଗିଛି ତୋଟାପଡ଼ା: ଗୋଷ୍ଠୀ ସଂଘର୍ଷରୁ ୩ ଆହତ

ଘଣ୍ଟେଶ୍ୱର,୧୭ା୨(ବିପିନ ଦାଶ): ଅଶାନ୍ତ ହୋଇ ପଡ଼ିଛି ଭଦ୍ରକ ଜିଲା ଚାନ୍ଦବାଲି ବାଁଶ ଥାନା ତୋଟାପଡ଼ା ଅଞ୍ଚଳ। ଦୁଇ ଦିନ ପୂର୍ବରୁ ଛୁରାମାଡ଼ ଘଟଣା ଲିଭି ନଥିବା ବେଳେ ପୁଣି ରବିବାର ଏକ ଲୋମହର୍ଷକ ଘଟଣା ଘଟିଛି। ତୋଟାପଡ଼ା ଛକରେ ଗୋଷ୍ଠୀ ସଂଘଷ ଘଟି ୩ ଜଣ ଗୁରୁତର ହୋଇଥିବାବେଳେ ଗୋଟିଏ ଦୋକାନ ଗୃହରେ ନିଆଁ ଲଗାଇ ଦେଇଛନ୍ତି ଦୁର୍ବୃତ୍ତ। ଖବର ପାଇ ବାଂଶଡ଼ା ପୋଲିସ ଓ ଘଣ୍ଟେଶ୍ୱର ଫାଣ୍ଡି ପୋଲିସ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହ ଘଟଣା ଉପରେ କଡ଼ା ନଜର ରଖିଛନ୍ତି। ଗଦୀ ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ୍ତ କରିଛି l ତେବେ ଏହି ଗୋଷ୍ଠୀ ସଂଘର୍ଷର କାରଣ ସଠିକ୍‌ ଜଣାପଡ଼ିନାହିଁ।