ସମ୍ବଲପୁର, ଝାରସୁଗୁଡ଼ାରେ ନିର୍ମାଣ ହେବ ୩ ଫ୍ଲାଏଓଭର

ସମ୍ବଲପୁର,୪ା୨(ପ୍ରମୋଦ ବହିଦାର): ଚଳିତ ରେଳ ବଜେଟ୍‌ରେ ଓଡ଼ିଶାରେ ରେଳବାଇର ବିକାଶରେ ବିନିଯୋଗ ପାଇଁ ୧୦ ହଜାର ୫୯୯ କେଟି ଟଙ୍କା ମଞ୍ଜୁର କରାଯାଇଛି। ଓଡ଼ିଶା ପାଇଁ ରେଳ ବଜେଟରେ ମଞ୍ଜୁର ହୋଇଥିବା ସର୍ବାଧିକ ରାଶି ବୋଲି କହିଛନ୍ତି ସମ୍ବଲପୁର ରେଳ ମଣ୍ଡଳ ପ୍ରବନ୍ଧକ ତୁଷାରକାନ୍ତ ପାଣ୍ଡେ।

ସେ କହିଛନ୍ତି, ଚଳିତ ରେଳ ବଜେଟ୍‌ରେ ସମ୍ବଲପୁର ରେଳ ମଣ୍ଡଳ ଅଧିନ ଟିଟିଲାଗଡ଼ରେ ଏକ ରେଳ ଫ୍ଲାଏ ଓଭର୍‌ ନିର୍ମାଣ ପାଇଁ ୩ ଶହ କୋଟି ବ୍ୟୟ ଅଟକଳ କରାଯାଇଛି। ଯାହା ରାୟପୁରରୁ ବିଶାଖାପାଟଣା ଯାତାୟାତ କରୁଥିବା ଟ୍ରାକ୍‌ରେ ରେଳଚଳାଚଳ ପାଇଁ ସୁବିଧା ହେବ।

ସେହିପରି ସମ୍ବଲପୁରରେ ମଧ୍ୟ ୩ଟି ଫ୍ଲାଏଓଭର ନିର୍ମାଣ ପାଇଁ ଅର୍ଥ ମଞ୍ଜୁର ହୋଇଛି। ସେଥିମଧ୍ୟରେ ସିଟି ଷ୍ଟେଶନରୁ ଝାରସୁଗୁଡ଼ା ଟ୍ରାକରେ ଯାତାୟାତ କରୁଥିବା ଟ୍ରେନ୍‌ ଓ ଭୁବନେଶ୍ୱର ଚଳାଚଳ କରୁଥିବା ଟ୍ରେନ୍‌ ପାଇଁ ସରଲାରୁ ଉଭୟ ଦିଗରେ ଗୋଟିଏ ଲେଖାଏ ଏବଂ ଏହି ରୁଟ୍‌ରେ ନିର୍ମିତ ନୂତନ ବାଇପାସ ରୋଡ ଉପରେ ଗୋଟିଏ ଫ୍ଲାଏଓଭର ନିର୍ମାଣକୁ କେନ୍ଦ୍ର ରେଳ ମନ୍ତ୍ରଣାଳୟ ପକ୍ଷରୁ ମଞ୍ଜୁରି ମିଳିଛି।

ଏହା ସହିତ ଝାରସୁଗୁଡ଼ାରେ ମଧ୍ୟ ଅନୁରୂପ ଭବେ ୩ଟି ଫ୍ଲାଏ ଓଭର ନିର୍ମାଣ ପାଇଁ ରେଳ ମନ୍ତ୍ରଣାଳୟ ପକ୍ଷରୁ ଅର୍ଥ ମଞ୍ଜୁର ହୋଇଛି ବୋଲି ରେଳ ମଣ୍ଡଳ ପ୍ରବନ୍ଧକ ପାଣ୍ଡେ କହିଛନ୍ତି।