ଯାଉଥିବା ବେଳେ କୂଅରେ ପଡିଲେ ୩ ହାତୀ

ଦେବଗଡ଼,୨୦ା୧(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ରିଆମାଳ ବନାଞ୍ଚଳ ରେଙ୍ଗାଳବେଡ଼ା ଫରେଷ୍ଟ ସେକ୍ସନ ଟିଙ୍କବୀର ବିଟ୍‌ହାଉସ୍‌ ଅନ୍ତର୍ଗତ ବରନାଳି ଗ୍ରାମର ଏକ କୂଅରୁ ମଙ୍ଗଳବାର ୩ଟି ହାତୀ ଉଦ୍ଧାର କରାଯାଇଛି। ସୂଚନା ଅନୁଯାୟୀ, ଅପରାହ୍ନରେ ୧୮ ଟିକିଆ ହାତୀପଲ ବରନାଳି ଗ୍ରାମ ଦେଇ ଯାଉଥିଲେ। ସେମାନଙ୍କ ମଧ୍ୟରୁ ୩ଟି ହାତୀ ବରନାଳି ଗ୍ରାମର ଏକ କୂଅରେ ପଡି ଗର୍ଜନ କରିଥିଲେ। ଗ୍ରାମବାସୀ ଏ ସମ୍ପର୍କରେ ବନ ବିଭାଗକୁ ସୂଚନା ଦେଇଥିଲେ। ରିଆମାଳ ବନାଞ୍ଚଳ ଅଧିକାରୀ ନିରଞ୍ଜନ ଧରୁଆ ସଦଳବଳ ଘଟଣାସ୍ଥଳରେ ପହଞ୍ଚି ଜେସିବି ସାହାଯ୍ୟରେ ଉକ୍ତ କୂଅରୁ ମାଟି ଖୋଳିବା ବ୍ୟବସ୍ଥା କରିବା ପରେ ହାତୀ ତିନୋଟି ସୁରକ୍ଷିତ ଭାବେ ବାହାରକୁ ଆସି ନିକଟସ୍ଥ ଜଙ୍ଗଲକୁ ଚାଲିଯାଇଥିଲେ।

Dharitri – Odisha’s No.1 Odia Daily