ଆସିକା/ଭଞ୍ଜନଗର,୪/୧୧(ସୁରେନ୍ଦ୍ର ନାଥ ସାହୁ/ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ସ୍ତରୀୟ ୩ ଦିନିଆ ଯୁବ ନେତୃତ୍ୱ ପ୍ରଶିକ୍ଷଣ ଶିବିର ମଙ୍ଗଳବାର କେନ୍ଦୁପଦର ନିମିନା ବୃନ୍ଦାବନ ଚନ୍ଦ୍ର କଲେଜରେ ଉଦ୍ଘାଟିତ ହୋଇଯାଇଛି। ଉତ୍ସବକୁ ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ ଅଧିକାରୀ ହିମାଂଶୁ ଶେଖର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦ୍ଘାଟନ କରିଛନ୍ତି। ଛାତ୍ରୀଛାତ୍ରମାନେ ସମାଜସେବାରେ ଲିପ୍ତ ରହନ୍ତୁ। ଉତ୍ତର ଘୁମୁସର ବନଖଣ୍ଡରେ ୨୨ ବର୍ଗ କିଲୋମିଟର ଜଙ୍ଗଲ ଇତିମଧ୍ୟରେ ବୃଦ୍ଧି ପାଇଛି। ଦକ୍ଷିଣ ଘୁମୁସର ବନଖଣ୍ଡରେ ୨୨ ଏବଂ ବ୍ରହ୍ମପୁର ବନଖଣ୍ଡରେ ୮ ବର୍ଗ କିଲୋମିଟର ଜଙ୍ଗଲ ବୃଦ୍ଧି ପାଇଛି। ଦିଲ୍ଲୀରେ ବାୟୁ ପ୍ରଦୂଷଣ ବଢୁଛି। ଆଗାମୀ ଦିନରେ ଅନ୍ୟ ସହରରେ ମଧ୍ୟ ସୁରକ୍ଷା ପ୍ରତି ଧ୍ୟାନ ଦେବାକୁ ପଡିବ। ହାତୀ ସମେତ ସମସ୍ତ ବନ୍ୟପ୍ରାଣୀର ମଧ୍ୟ ସୁରକ୍ଷା କରିବାକୁ ପଡିବ। ତେଣୁ ଆମେ ସମସ୍ତେ ଜଣେ ଜଣେ ପରିବେଶ ଯୋଦ୍ଧା ଭାବେ କାର୍ଯ୍ୟ କରିବାକୁ ଡିଧ୍ଏଫ ଓ ମହାନ୍ତି ଆହ୍ବାନ କରିଥିଲେ।
ବରିଷ୍ଠ ସ୍ବେଛାସେବୀ ମଧୁସୂଦନ ଦାସ, ବ୍ରହ୍ମପୁର ବିଶବିଦ୍ୟାଳୟ ଜାତୀୟ ସେବା ଯୋଜନା ବ୍ୟୁରୋ ଅଧିକାରୀ ଡ. ଜୟନ୍ତ କୁମାର ପଣ୍ଡା, ଜିଲା କାର୍ଯ୍ୟକ୍ରମ ଅଧିକାରୀ ଗଣେଶ ସାହୁ ସମ୍ମାନୀତ ଅତିଥିଭାବେ ଯୋଗ ଦେଇଥିଲେ ବିକଶିତ ଭାରତର ସର୍ବାଙ୍ଗୀନ ଉନ୍ନତି ଓ ଅଖଣ୍ଡତା ବଜାୟ ରଖିବା ପାଇଁ ଜାତୀୟ ସେବା ଯୋଜନା ସ୍ବେଛାସେବୀଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି କହିଥିଲେ। କାରଣ ସେମାନେ ଦେଶର ଆଗାମୀ ଭବିଷ୍ୟତ। ତେଣୁ ସେମାନଙ୍କର ଦକ୍ଷତା ବୃଦ୍ଧି କରିବା ପାଇଁ ଏହି ଜଲାସ୍ତରୀୟ ଯୁବ ନେତୃତ୍ୱ ପ୍ରଶିକ୍ଷଣ ଶିବିର ନିଶ୍ଚିତ ସାହାର୍ଯ୍ୟ କରିବ ବୋଲି ବକ୍ତାମାନେ ମତବ୍ୟକ୍ତ କରିଥିଲେ। ଏଥିସହ ପରିବେଶ ସୁରକ୍ଷା, ବୃକ୍ଷ ରୋପଣ, ସାହାଯ୍ୟ ମନୋବୃତ୍ତି, ସର୍ବୋପରି ନିଃସାର୍ଥପର ଭାବେ ସେବା କରି ଅନ୍ୟର ହୃଦୟକୁ ଜିତିବା ହେଉଛି ଆମ ସମସ୍ତଙ୍କ କର୍ତ୍ତବ୍ୟ। ତେଣୁ ସ୍ବାମୀ ବିବେକା ନନ୍ଦଙ୍କ ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହେବାପାଇଁ ଅତିଥିମାନେ ଉପସ୍ଥିତ ଛାତ୍ରୀଛାତ୍ରଙ୍କୁ ଆହ୍ବାନ କରିଥିଲେ। କଲେଜ ଅଧ୍ୟକ୍ଷ ଅମର ପ୍ରସାଦ ବିଷୋୟୀ ସଭାରେ ଅଧ୍ୟକ୍ଷତା କରିଥିଲେ। ଅଧ୍ୟାପକ ଉଦିତ ନାରାୟଣ ଦାସ ସ୍ବାଗତ ଭାଷଣ ଦେଇଥିଲେ ।
ଜାତୀୟ ସେବା ଯୋଜନା ଅଧିକାରୀ ସିଲୁ ସେଠୀ ପ୍ରମୁଖ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ। ଶିବିରରେ ଜଲାର ବିଭିନ୍ନ କଲେଜରୁ ବହୁ ସ୍ବେଚ୍ଛାସେବୀ ଯୋଗ ଦେଇଛନ୍ତି। ରାଜ୍ୟ ଉଚ୍ଚ ଶିକ୍ଷା ବିଭାଗ ଜାତୀୟ ସେବା ଯୋଜନା, ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଜାତୀୟ ସେବା ଯୋଜନା ଏବଂ କେନ୍ଦୂପଦର ଜାତୀୟ ସେବା ଯୋଜନାର ମିଳିତ ସହଯୋଗରେ ଏହି କାର୍ଯ୍ୟକ୍ରମ ଚାଲିଛି।
ଏହି ଅବସରରେ ଜଗନ୍ନାଥପ୍ରସାଦ କଲେଜ ଯୋଜନା ଅଧିକାରୀ ଡ.ପ୍ରମୋଦ ଚୌଧୁରୀ, ବୁଗୁଡ଼ା କଲେଜର ରବୀନ୍ଦ୍ର ନାଥ ପୋଲେଇ, ଗାଲେରୀ ଯୋଜନା ଅଧିକାରୀ ଦୁର୍ଗା ମାଧବ ଦାସ, ବେଲଗୁଣ୍ଠାର ପିଙ୍କି ପାତ୍ର, ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ସସ୍ମିତା ଦାସ, ବି ପ୍ରଧାନ, ପୋଲସରା କଲେଜର ଶେଖ ଫରିଦ, ସାବିତ୍ରୀ ମହିଳା ମହାବିଦ୍ୟାଳୟର ଜୟଲକ୍ଷ୍ମୀ ରଥ, କ୍ଷେତ୍ରୀୟବରପୁର କଲେଜର ସୀମାଞ୍ଚଳ ମହାପାତ୍ର, ଆସ୍କା କଲେଜର ଚିତ୍ରସେନ ବେହେରା, ସୋରଡା କଲେଜର ଡ ହୃଷୀକେଶ ପାଣିଗ୍ରାହୀ, ଖେମୁଣ୍ଡି କଲେଜର ଗୋପୀନାଥ ଦାସ, ବାଲିପଦର କଲେଜର ମିନତି ଆଚାର୍ଯ୍ୟ, ନିରଞ୍ଜନ ସରକାରୀ ମହିଳା ମହାବିଦ୍ୟାଳୟ ଆସିକାର ଡ.ଜୟପ୍ରଦା ମହାପାତ୍ର, ବିଡିପୁର କଲେଜର ସୁଧିର କୁମାର ପଟ୍ଟନାୟକ, ଦିଗପହଣ୍ଡି ବିଜୁ ପଟ୍ଟନାୟକ ମହିଳା କଲେଜର ଜାତୀୟ ସେବା ଯୋଜନା ଅଧିକାରୀଣି ଡ. ସୁଜାତା କୁମାରୀ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। କେନ୍ଦୁପଦର କଲେଜର ଅଧ୍ୟାପିକା ସ୍ବପ୍ନରାଣୀ ପଟ୍ଟନାୟକ, ଶୁଭଶ୍ରୀ ସାହୁ, ରାଜେଶ୍ୱରି ରଥ, ସୁଜାତା ଟେଟେ, କେ ସ୍ମିତା ପାତ୍ର, ଯାଜ୍ଞସିନି ପ୍ରଧାନ, ଅଧ୍ୟାପକ ଅଜିତ କୁମାର ମୁଖି ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିବାରେ ସହଯୋଗ କରିଥିଲେ।