Categories: ଜାତୀୟ

ବୋର୍ଡିଂ ସ୍କୁଲ୍‌ର ୩ ଛାତ୍ର ନିଖୋଜ: ମା’ବାପାଙ୍କୁ ଆସୁଛି ଧମକପୂର୍ଣ୍ଣ ଫୋନ୍‌ କଲ୍‌

ଚଣ୍ଡିଗଡ଼,୧୦ା୮: ଶିମ୍‌ଲାର ଏକ ପୁରାତନ ବୋର୍ଡିଂ ସ୍କୁଲ୍‌ର ୩ ଜଣ ଷଷ୍ଠ ଶ୍ରେଣୀ ପିଲା ଶନିବାରଠାରୁ ନିଖୋଜ ଅଛନ୍ତି। ସେମାନେ ହଷ୍ଟେଲ୍‌ ବାହାରକୁ ଯାଇଥିବାବେଳେ ନିଖୋଜ ହୋଇଯାଇଥିଲେ। ଏକ ଆମେରିକୀୟ ନମ୍ବରରୁ ସେମାନଙ୍କ ମା’ବାପାଙ୍କ ନିକଟକୁ ଧମକପୂର୍ଣ୍ଣ ଫୋନ୍‌ କଲ୍‌ ଆସୁଥିବା ଅଭିଯୋଗ ହୋଇଛି। ନିଖୋଜ ପିଲାମାନେ ହିମାଚଳପ୍ରଦେଶର।

ସ୍କୁଲ ପ୍ରିନ୍ସିପାଲଙ୍କ ଅଭିଯୋଗ ଆଧାରରେ ନ୍ୟୁ ଶିମ୍‌ଲା ଥାନା ପୋଲିସ୍‌ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରଛି। ପିଲାମାନଙ୍କୁ ଠାବ କରିବା ପାଇଁ ଡ୍ରୋନ୍‌ ନିୟୋଜିତ କରାଯିବା ସହ ଉକ୍ତ ଅଞ୍ଚଳର ସିସିଟିଭି ଫୁଟେଜ୍‌ ଯାଞ୍ଚ୍‌ କରାଯାଉଛି।

Share