ଡକାୟତି ଘଟଣାରେ ୩ ଗିରଫ

ଭଣ୍ଡାରିପୋଖରୀ,୨।୧୨(ସ୍ବ.ପ୍ର.): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଥାନା ପୋଲିସ ଏକ ଡକାୟତି ଘଟଣାରେ ୩ ଯୁବକଙ୍କୁ ଗୁରୁବାର ରାତିରେ ଧାମନଗର ଛକଠାରୁ ଗିରଫ କରିଛି। ସେମାନେ ହେଲେ ଧାମନଗର ମୁନସୀପାଟଣା ଅଞ୍ଚଳର ସେକ୍‌ ସର୍ପଉଦ୍ଦିନ, ସେକ୍‌ ନିଆମତୁଲା ଓ ହବିବନଗରର ସେକ୍‌ ସଲିମ ଉଦ୍ଦିନ। ସେମାନଙ୍କ ନିକଟରୁ ଏକ ବନ୍ଧୁକ, ଏକ ନମ୍ବର ବିହୀନ ବାଇକ୍‌, ୪ ହଜାର ଟଙ୍କା ଓ ୩ ମୋବାଇଲ ଫୋନ ପୋଲିସ ଜବତ କରିଛି। ଏନେଇ ଥାନାରେ ଏକ ମାମଲା (ନଂ.୪୦୬/୨୨) ରୁଜୁ ହୋଇଛି। ଗିରଫ ଅଭିଯୁକ୍ତମାନଙ୍କୁ ଶୁକ୍ରବାର କୋର୍ଟ ଚାଲାଣ କରାଯାଇଛି। ସୂଚନାଯୋଗ୍ୟ, ଗତ ୨୫ ତାରିଖ ରାତିରେ ଏହି ଡକାୟତି ହୋଇଥିଲା। ଯାମିନୀବିନ୍ଧାସ୍ଥିତ ପ୍ରେଟ୍ରୋଲ ପମ୍ପ କର୍ମଚାରୀଙ୍କଠାରୁ ଅଭିଯୁକ୍ତମାନେ ସାଢ଼େ ୪ ହଜାର ଟଙ୍କା ସହ ମୋବାଇଲ ନେଇଯାଇଥିଲେ। ଥାନାଧିକାରୀ ଅମିତାଭ ଦାସଙ୍କ ନେତୃତ୍ୱରେ ଘଟଣାର ତଦନ୍ତ ଜାରି ରହିଥିଲା।