Categories: ଖେଳ

ଆଇପିଏଲ୍‌ ଫାଇନାଲରେ ଯୋଗଦେବାକୁ ୩ ସେନା ମୁଖ୍ୟଙ୍କୁ ନିମନ୍ତ୍ରଣ

ନୂଆଦିଲ୍ଲୀ,୨୭ା୫: ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ଉଦ୍‌ଯାପନୀ ଉତ୍ସବ ଜୁନ ୩ରେ ଅହମଦାବାଦରେ ହେବ। ଏଥିରେ ଯୋଗଦାନ କରିବା ଲାଗି ଦେଶର ୩ ସେନାମୁଖ୍ୟଙ୍କୁ ନିମନ୍ତ୍ରଣ କରିଛି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ)। ନିକଟରେ ଅପରେଶନ ସିନ୍ଦୂରରେ ବୀରତ୍ୱର ପରାକାଷ୍ଠା ଦେଖାଇଥିବାରୁ ସେମାନଙ୍କୁ ସମ୍ମାନିତ କରାଯିବ।

ବିସିସିଆଇ ସମ୍ପାଦକ ଦେବଜିତ ସାଇକିଆ ଏକ ଗଣମାଧ୍ୟରେ ଏହି ବିଷୟ ଘୋଷଣା କରିଛନ୍ତି। କେବଳ ୩ ସେନା ମୁଖ୍ୟଙ୍କୁ ନୁହେଁ ବିଭାଗର କେତେଜଣ ଉଚ୍ଚ ପଦସ୍ଥ ଅଧିକାରୀ ଓ ସୈନିକଙ୍କୁ ମଧ୍ୟ ଆମନ୍ତ୍ରଣ କରାଯାଇଛି। ସାଇକିଆ କହିଛନ୍ତି, ନିଃସ୍ବାର୍ଥପର ସେବା ଓ ଅଦ୍ୟମ ସାହାସ ପାଇଁ ଦେଶର ସଶସ୍ତ୍ର ବଳକୁ ବିସିସିଆଇ ସଲାମ କରୁଛି।

Share