Employees' Provident Fund Organisation (EPFO). (File Photo: IANS)
ନୂଆଦିଲ୍ଲୀ,୨୪।୭: କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଙ୍ଗଠନ(ଇପିଏଫ୍ଓ) ମେ ମାସରେ ୩.୧୮ ଲକ୍ଷ ନୂଆ ଉପଭୋକ୍ତା ଯୋଡିପାରିଛି। ଦେଶବ୍ୟାପି ଲକ୍ଡାଉନ ଥିବା ସତ୍ତ୍ୱେ ମଧ୍ୟ ଏହା ଅଧିକ ସଂଖ୍ୟକ ଉପଭୋକ୍ତାଙ୍କୁ ଯୋଡିବାକୁ ସକ୍ଷମ ହୋଇ ପାରିଛି ବୋଲି ଜଣାପଡିଛି। ଏଥିରେ ୨୧୮% ବୃଦ୍ଧି ପରିଲକ୍ଷିତ ହୋଇଛି। ଏପ୍ରିଲ ମାସରେ ଇପିଏଫ୍ଓରେ ୧.୩୩ ଲକ୍ଷ ଉପଭୋକ୍ତା ଯୋଡି ହୋଇଥିଲେ ବୋଲି ଏହା ସୂଚନା ଦେଇଛି। ସେହିଭଳି ଏମ୍ପ୍ଲଇଷ୍ଟେଟ ଇନସ୍ୟୁରାନ୍ସ କର୍ପୋରେଶନ(ଇଏସ୍ଆଇସି) ଏହି ସମୟରେ ୪.୬ ଲକ୍ଷ ଉପଭୋକ୍ତା ଯୋଡିଛି। ଏହା ଏପ୍ରିଲ ମାସରେ ୨.୪୧ ଲକ୍ଷ ରହିଥିଲା। ଏହାବାଦ ନ୍ୟାଶନାଲ ପେନଶନ ସ୍କିମରେ ୪୩,୮୮୮ ସବସ୍କ୍ରାଇବର ଯୋଡି ହୋଇଥିବା ବେଳେ ଏପ୍ରିଲରେ ଏହା ୬୪,୬୪୭ ରହିଥିଲା ବୋଲି ଜାତୀୟ ପରିସଂଖ୍ୟାନ ଏବଂ କାର୍ଯ୍ୟକ୍ରମ ରୂପାୟନ ମନ୍ତ୍ରଣାଳୟ ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶିତ ରିପୋର୍ଟରୁ ଜଣାପଡିଛି।