ବାଲେଶ୍ୱର,୨୩।୩(ବାଞ୍ଛାନିଧି ଦେ): ବିଷାକ୍ତ ଗ୍ୟାସ ଯୋଗୁ ଦୁଇ ଜଣ ବୋଟ କର୍ମଚାରୀଙ୍କ ମତ୍ୟୁ ଅଭିଯୋଗ ହୋଇଛି। ବାଲେଶ୍ୱର ଜିଲା ବଳରାମଗଡ଼ି ମେରାଇନ ଥାନା ନାଉପାଳଗଡ଼ିରେ ଏଭଳି ଘଟଣା ଘଟିଛିା।
ବୋଟ ମଧ୍ୟରୁ ମାଛ ବାହାର କରିବା ବେଳେ ସୋମବାର ଏହି ଅଘଟଣ ଘଟିଛି । ବୋଟର ଥିବା ଚ୍ୟାମ୍ବରରେ ବିଷାକ୍ତ ଗ୍ୟାସ ନିର୍ଗତ ଯୋଗୁ ଶ୍ୱାସରୁଦ୍ଧ ହୋଇଥିବା ଅନୁମାନ କରାଯାଉଛି । ସେମାନଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା l ହେଲେ ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ । ମୃତକ ଦୁଇ ଜଣ ହେଲେ ବାସୁଦେବପୁର ଥାନା ଅଢୁଆଁ ଗ୍ରାମର ପ୍ରଭାକର ମଲ୍ଲିକ ଓ ସଶିନା ମଲ୍ଲିକ। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି ।