Categories: Home Leftଖେଳ

ଖେଳାଇ ଦେଲାନି ବର୍ଷା

ସେଞ୍ଚୁରିଆନ,୨୭।୧୨: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ପ୍ରଥମ ଟେଷ୍ଟର ଦ୍ୱିତୀୟ ଦିନ ବର୍ଷାରେ ସମ୍ପୂର୍ଣ୍ଣ ଧୋଇ ହୋଇଯାଇଛି। ସୋମବାର ଦିନ ତମାମ ବର୍ଷା ଜାରି ରହିଥିଲା। ତେବେ ଦୁଇ ଥର ବର୍ଷା ବନ୍ଦ ହୋଇଥିଲା। ଉଭୟ ଥର ଅମ୍ପାୟର ଫିଲ୍ଡ ମଧ୍ୟକୁ ଯାଇ ଇନ୍ସପେକଶନ କରିବା ପୂର୍ବରୁ ବର୍ଷା ଫେରି ଆସିଥିଲା। ବାଧ୍ୟହୋଇ ମ୍ୟାଚ୍‌ ଅଫିସିଆଲ ଦ୍ୱିତୀୟ ଦିନର ଖେଳକୁ ବାତିଲ କରିଥିଲେ।

ପ୍ରଥମ ଦିନ ଶେଷ ସୁଦ୍ଧା ଭାରତ ୩ ଉଇକେଟ ହରାଇ ୨୭୨ ରନ୍‌ କରିଥିଲା। ଶତକ ହାସଲ କରି ସାରିଥିବା ଓପନର ଲୋକେଶ ରାହୁଲ ଏବେ ୧୨୨ (୧୭ ଚୌକା ଓ ୧ ଛକା) ରନ୍‌ରେ ଖେଳୁଛନ୍ତି। ତାଙ୍କ ସହ କ୍ରିଜରେ ଅଛନ୍ତି ଭେଟେରାନ ବ୍ୟାଟର ଅଜିଙ୍କ୍ୟ ରାହାନେ। ସେ ୮୧ ବଲରେ ୪୦ (୮ ଚୌକା) ରନ୍‌ରେ ଅପରାଜିତ ଅଛନ୍ତି।