ଯୁବକଙ୍କ ପେଟରୁ ବାହାରିଲା ୨୯ ଚାମଚ,୧୯ ଟୁଥବ୍ରଶ, ହେଲେ ଏହା ପେଟକୁ ଗଲା କେମିତି? କାରଣ ଜାଣିଲେ…

ହାପୁଡ,୨୫।୯: ଉତ୍ତର ପ୍ରଦେଶର ହାପୁର ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଖବର ଆସିଛି। ଏଠାରେ ଏକ ଅସ୍ତ୍ରୋପଚାର ସମୟରେ ଜଣେ ରୋଗୀଙ୍କ ପେଟରୁ ୨୯ ଚାମଚ ବାହାର କରାଯାଇଥିଲା। କେବଳ ଏତିକି ନୁହେଁ, ୧୯ ଟି ଟୁଥବ୍ରସ ଏବଂ ଦୁଇଟି କଲମ ମଧ୍ୟ ମିଳିଛି।
କୁହାଯାଉଛି ଯେ ୪୦ ବର୍ଷୀୟ ସଚିନ ବୁଲନ୍ଦସହରର ବାସିନ୍ଦା ଏବଂ ଜଣେ ନିଶାଦ୍ରବ୍ୟ ସେବନ କରୁଥିବା ବ୍ୟକ୍ତି। ଅସ୍ତ୍ରୋପଚାର କରିଥିବା ଡାକ୍ତରମାନେ ମଧ୍ୟ ତାଙ୍କ ପେଟରେ ଚାମଚ ଏବଂ ଟୁଥବ୍ରସ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ସୂଚନାଯୋଗ୍ୟ, ତାଙ୍କୁ ଏକ ନିଶା ନିବାରଣ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କୁ ଔଷଧ ନ ମିଳିବାରୁ ସେ ଏସବୁ ଜିନିଷ ଗିଳି ଦେଇଥିଲେ ବୋଲି କୁହାଯାଉଛି।
କିଛି ସମୟ ପରେ, ତାଙ୍କର ପେଟ ଯନ୍ତ୍ରଣା ହୋଇଥିଲା ଏବଂ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ହୋଇଯାଇଥିଲା ଏବଂ ସେ ଚିକିତ୍ସା ଖୋଜୁଥିଲେ। ତାଙ୍କ ପେଟର ଅଲ୍ଟ୍ରାସାଉଣ୍ଡ ଏବଂ ଏକ୍ସ-ରେ ପରେ ଡାକ୍ତରମାନେ ଏହା ଜାଣିବାକୁ ପାଇଲେ। ସହରର ଏକ ଘରୋଇ ହସ୍ପିଟାଲରେ ଚାରି ଘଣ୍ଟାର ଅସ୍ତ୍ରୋପଚାର ପରେ ଏହି ସମସ୍ତ ଜିନିଷ ବାହାର କରାଯାଇଥିଲା।