ଚାଲିଥିଲା ବିକ୍ଷୋଭ, ଦ୍ରୁତଗତିରେ କାର୍‌ ଆଣି ମଡାଇଦେଇ ଡ୍ରାଇଭର: ଆଉ ତା’ପରେ…

ବର୍ଲିନ,୧୩।୨: ଜର୍ମାନୀର ମୁନିଚ୍‌ ସହରରେ ଏକ ଅଭାବନୀୟ ଘଟଣା ଘଟିଛି। ସହରର କେନ୍ଦ୍ରଭାଗରେ ବିକ୍ଷୋଭ ଚାଲିଥିବା ବେଳେ ଏକ କାର୍‌ ମାଡି ଆସିବାରୁ ଛୋଟ ପିଲାଙ୍କ ସମେତ ୨୮ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨ଜଣଙ୍କ ଅବସ୍ଥା ଗୁରୁତର ରହିଛି।

ଡାଉନ୍‌ଟାଉନ୍‌ ମୁନିଚ୍‌ ନିକଟ ଛକରେ ଏକ ସଂଘ ତରଫରୁ ବିକ୍ଷୋଭ ପ୍ରଦର୍ଶନ କରାଯାଉଥିଲା। ସେତିକିବେଳେ ଏକ କାର୍‌ ଦ୍ରୁତଗତିରେ ଆସି ଆନ୍ଦୋଳନକାରୀଙ୍କ ଉପରେ ମାଡି ଯାଇଥିଲା। ଫଳରେ ଛୋଟ ପିଲାଙ୍କ ସମେତ ୨୮ଜଣ ଆହତ ହୋଇଛନ୍ତି।

କାର୍‌ ଡ୍ରାଇଭଣ ଜାଣିଶୁଣି ଲୋକଙ୍କୁ ଧକ୍କା ଦେଇଛନ୍ତି କି ନାହିଁ, ତାହା ସ୍ପଷ୍ଟ ହୋଇନାହିଁ। ତେବେ ଏହା ଦୁର୍ଘଟଣା ନୁହେଁ ଏକ ଆକ୍ରମଣ ବୋଲି ସନ୍ଦେହ କରାଯାଉଥିବା ବାଭାରିଆ ଗଭର୍ନର ମାର୍କୁସ୍‌ ସୋଡେର କହିଛନ୍ତି।

ଡ୍ରାଇଭର ଜଣେ ୨୪ ବର୍ଷୀୟ ଆଫଗାନ ଶରଣାର୍ଥୀ। ଆହତଙ୍କ ମଧ୍ୟରେ ଛୋଟ ପିଲା ରହିଥିବା ଘଟଣାରେ ଅତ୍ୟନ୍ତ ମର୍ମାହତ ବୋଲି ମୁନିଚ୍‌ ମେୟର ଡେଇଟର ରେଇଟର କହିଛନ୍ତି।