ମିଳିଲା ୨୭୦୦ ବର୍ଷର ପୁରୁଣା ଶୌଚାଳୟ, ଡିଜାଇନ୍‌ ଦେଖିଲେ ଉଡ଼ିଯିବ ହୋସ୍‌

ଇସ୍ରାଏଲର ପ୍ରତ୍ନତତ୍ତ୍ୱବିତ୍‌ ଜେରୁଜେଲମରେ ଏକ ଦୁର୍ଲଭ ପ୍ରାଚୀନ ଶୌଚାଳୟର ସନ୍ଧାନ ପାଇଛନ୍ତି। ପ୍ରତ୍ନତତ୍ତ୍ୱ ବିଭାଗର ଅଧିକାରୀମାନେ କୁହନ୍ତି, ଏହି ଶୌଚାଳୟ ୨୭୦୦ ବର୍ଷ ତଳର। ଏହା ଏକ ବିଳାସମୟ ଶୌଚାଳୟ। ଏହା ଚିକ୍କଣ ତଥା ଚମତ୍କାର। ଚୂନପଥର ଖୋଦିତ ହୋଇ ଏକ ଆୟତାକାର କ୍ୟାବିନ୍‌ରୁ ମିଳିଛି ଏହି ଶୌଚାଳୟ। ଯାହା ଏକ ବିରାଟ ମହଲାର ଅଂଶ ଥିଲା। ଏଥିରେ ଆରାମରେ ବସିବା ପାଇଁ ମଧ୍ୟ ସ୍ଥାନ ରହିଛି। ଏହା ତଳେ ଏକ ଗଭୀର ସେପ୍ଟିକ୍‌ ଟ୍ୟାଙ୍କ ଖୋଳାଯାଇ ଆରାମରେ ବସିବା ପାଇଁ ଡିଜାଇନ୍‌ କରାଯାଇଥିଲା।

ଖନନ ନିର୍ଦ୍ଦେଶକ ୟାକୋଭ ବିଲିଗ୍‌ କହିଛନ୍ତି, ପ୍ରାଚୀନ କାଳରେ ଘରୋଇ ଶୌଚାଳୟ କୋଠରି ବହୁତ କମ୍‌ ଥିଲା। କିଛି ଧନୀ ଶ୍ରେଣୀର ଲୋକମାନେ ଏପରି ଶୌଚାଳୟ ନିର୍ମାଣ କରୁଥିଲେ। ଧନୀ ଲୋକମାନେ ତାଙ୍କ ବିଛଣା ନିକଟରେ ଶୌଚାଳୟ କରୁଥିଲେ। ଅଧିକାରୀ କହିଛନ୍ତି, ସେପ୍ଟିକ୍‌ ଟ୍ୟାଙ୍କ୍‌ରୁ ମିଳିଥିବା ପଶୁଙ୍କ ହାଡ଼ ଏବଂ ମାଟିର ବାସକୁସନ ସେହି ସମୟର ଲୋକଙ୍କର ଜୀବନଶୈଳୀ ଏବଂ ଖାଦ୍ୟପେୟ ସମ୍ପର୍କରେ ଜଣାପଡ଼େ। ପ୍ରତ୍ନତତ୍ତ୍ୱବିତ୍‌ମାନେ ଏକ ସ୍ତମ୍ଭ ମଧ୍ୟ ପାଇଛନ୍ତି, ଯେଉଁଥିରେ ବଗିଚା ଏବଂ ଜଳ ଉଦ୍ଭିଦ ସହିତ ନିକଟସ୍ଥ ଉଦ୍ୟାନର ପ୍ରମାଣ ଦିଏ। ଏଥିରୁ ଜଣାପଡୁଛି ଲୋକମାନେ ସେହି ସମୟରେ ବି ବହୁତ ଧନୀ ଥିଲେ।

Share