୨୬ ଟିକିଆ ହାତୀପଲ ଭାଙ୍ଗିଲେ ୪ ଘର: ଖାଇଗଲେ ଧାନ ଚାଉଳ

ପାଟଣା,୩୦।୫(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ସାହାରପଡା ସେକ୍ସନରେ ୨୬ଟିକିଆ ହାତୀପଲ ଅସନବାହାଳୀ ଗ୍ରାମର ମାଗୁ ଭୂମିଜଙ୍କ ଘର କାନ୍ଥ ଭାଙ୍ଗିବା ସହ ଧାନ ଚାଉଳ ଖାଇ ଦେଇଛନ୍ତି। ଚତୁରା ଭୂମିଜଙ୍କ ଘର ଭାଙ୍ଗିବା ସହ ଘର ଭିତରୁ ଧାନ ଚାଉଳ ଖାଇ ଦେଇଛନ୍ତି। ରେଙ୍ଗାଳବଡା ଗ୍ରାମର ନରେନ ମହାନ୍ତଙ୍କ ଘର ଭାଙ୍ଗି ବା ସହ ରମାକାନ୍ତ ମହାନ୍ତଙ୍କ ପାଚେରୀ ଭାଙ୍ଗି ଦେଇଛନ୍ତି। ଏବେ ଏହି ହାତୀ ପଲ ରେଙ୍ଗାଳବେଡା ଗାଁ ଜଙ୍ଗଲ ପାଖରେ ଘୁରି ବୁଲୁଛନ୍ତି । ହାତୀ ଉପରେ ବନ ବିଭାଗ ନଜର ରଖିଛନ୍ତି।

Share