ବଲାଙ୍ଗୀର, ୨ା୧୧- (ସୁନିଲ କୁମାର ମହାନ୍ତି) ବଲାଙ୍ଗିର ଲୋୟର ସୁକତେଲ ନଦୀ ଡ୍ୟାମ ନିକଟରେ ରବିବାର ଜଣେ ଯୁବକ ଗାଧୋଉଥିବା ବେଳେ ନିଖୋଜ ହୋଇଯାଇଥିଲେ l ଯୁବକ ଜଣକ ସୁକ୍ତେଲ ଡ୍ୟାମକୁ ବଣଭୋଜି କରିବାକୁ ଯାଇଥିବାବେଳେ ଏହି ଅଘଟଣ ଘଟିଥିବା ଜଣାପଡିଛି। ନିଖୋଜ ଥିବା ଯୁବକ ଜଣକ ବଜାଜ ଫାଇନାନ୍ସ ଜଂପାନୀ ସେଲ୍ସ ଏକ୍ସୁଟିଭ ଭାବରେ କାମ କରନ୍ତି l ତାଙ୍କ ନାମ ଇୟେସ ମଲ୍ଲିକ (୨୯) l ଇୟେସ ରବିବାର ଫାଇନାନ୍ସ କର୍ମଚାରୀ ମାନଙ୍କ ସହିତ ଲୋୟର ସୁକତେଲ ପ୍ରକଳ୍ପକୁ ଭୋଜି କରିବାକୁ ଆସିଥିଲେ l ସୁକତେଲ ଡ୍ୟାମର ତଳ ପୋଲ ନିକଟରେ କିଛି ଯୁବକ ଗାଧୋଉଥିଲେ।
ସେଠାରେ ଇୟେସ ଗାଧୋଇବା ସମୟରେ ନଦୀ ସୁଅରେ ଭାସି ଯାଇଥିଲେ l ଏହି ଖବର ପ୍ରଚାରିତ ହେବା ପରେ ଅଗ୍ନିଶମ ବିଭାଗର ଏକ ଟିମ ମାଗୁରବେଡା ସୁକ୍ତେଲ ଡ୍ୟାମ ନିକଟରେ ପହଞ୍ଚି ରାତିରେ ଖୋଜାଖୋଜି କରିଥିଲେ। ମିଳିଥିବା ସୂଚନା ମୁତାବକ ଦୀର୍ଘ ୨୪ ଘଣ୍ଟା ବିତି ଯାଇଥିଲେ ବି ଏଯାଏ ନିଖୋଜ ଯୁବକଙ୍କୁ ଠାବ କରାଯାଇପାରିନାହିଁ l ଭାସିଯାଇଥିବା ଯୁବକ ଜଣକ ହେଲେ ଦୁଲୁପୁର, କିଷାନ ନଗର, କଟକ ଅଞ୍ଚଳର ବୋଲି କୁହାଯାଉଛି। ବଲାଙ୍ଗିର ଅଗ୍ନିଶମ ବିଭାଗ ଆସିଷ୍ଟାଣ୍ଟ ଫାୟାର ଅଫିସର ତେଜ କୁମାର ଏକ୍କାଙ୍କ ନେତୃତ୍ୱବରେ ଏକ ସ୍ବତନ୍ତ୍ର ଟିମ ସୋମବାର ସକାଳୁ ଲୋୟର ସୁକତେଲରେ ପହଞ୍ଚି ନଦୀରେ ପୁଣି ଥରେ ଖୋଜିବା ଆରମ୍ଭ କରିଛନ୍ତି l ସୁକତେଲ ନଦୀରେ ଖୋଜାଖୋଜି ଚାଲିଥିବା ବେଳେ ଏପର୍ଯ୍ୟନ୍ତ ନିଖୋଜ ଯୁବକଙ୍କ ପତ୍ତା ମିଳିପାରି ନାହିଁ l ଅନ୍ୟପଟେ ନିଖୋଜ ଯୁବକଙ୍କ ପରିବାର ଲୋକେ ପହଞ୍ଚିଥିବା ସଦର ଥାନା ଆଇଆଇସି ରାଜ କୁମାର ବିଶ୍ବାଳ ସୂଚନା ଦେଇଛନ୍ତି l