ମିଳିଲା ହଜିଯାଇଥିବା ୨୩ ମୋବାଇଲ ଫୋନ, ଏହି କୌଶଳରେ ଠାବ କରି ଲୋକଙ୍କୁ ହସ୍ତାନ୍ତର କଲା ପୋଲିସ

ଭଞ୍ଜନଗର,୨।୧୧(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ପୋଲିସ ରବିବାର ଲୋକଙ୍କ ହଜିଯାଇଥିବା ୨୩ ଟି ମୋବାଇଲ ଫୋନକୁ ଜବତ କରି ସେମାନଙ୍କୁ ହସ୍ତାନ୍ତର କରିଛି। ଏନେଇ ଆଜି ଅପରାହ୍ନରେ ଥାନା ପରିସରରେ ଏକ ଖବରଦାତା ସମ୍ମିଳନୀ ହୋଇଥିଲା। ପୋଲିସ ସିଇଆଇଆର୍‌କୁ ଆଧାର କରି ଲୋକଙ୍କ ଫୋନକୁ ଜବତ କରିବାରେ ସକ୍ଷମ ହେଉଛି। ଯେଉଁମାନଙ୍କ ଫୋନ ହଜି ଯାଇଥିଲା। ସେମାନେ ଆଉ ଫୋନ ଫେରି ପାଇବା ଆଶା ପ୍ରାୟ ଛାଡ଼ି ଦେଇଥିଲେ। କିନ୍ତୁ ନୂତନ ବୈଷୟିକ ଜ୍ଞାନ କୌଶଳ ମୋବାଇଲ ଫୋନକୁ ଠାବ କରିବାରେ ସହାୟ ହୋଇଥିଲା। ଆଜି ଥାନା ପରିସରରେ ଅନୁଷ୍ଠିତ ମୋବାଇଲ ଫୋନ ହସ୍ତାନ୍ତର ମେଳା ଅନୁଷ୍ଠିତ ହୋଇଥିଲା । ଏହି ସମୟରେ ଅତିରିକ୍ତ ଆରକ୍ଷୀ ଅଧିକାରୀ ରଞ୍ଜନ କୁମାର ଦେ, ଏସଡିପିଓ ଡ. ଦିପକ କୁମାର ମିଶ୍ର, ଥାନା ଅଧିକାରୀ ଜିବନାନନ୍ଦ ଜେନା ପ୍ରମୁଖ ଉପସ୍ଥିତ ଥିଲେ। ସୂଚନା ଯୋଗ୍ୟ ଯେ, ଗତ ମାସରେ ଭଞ୍ଜନଗର ପୋଲିସ ଏହିଭଳି ୨୬ଟି ଫୋନ ଉଦ୍ଧାର କରି ଲୋକଙ୍କୁ ହସ୍ତାନ୍ତର କରିଥିଲା। ପୋଲିସର ଏହିଭଳି ସଫଳତାକୁ ଅଞ୍ଚଳବାସୀ ଖୁସିବ୍ୟକ୍ତ କରିଛନ୍ତି।

 

Dharitri – The Largest & Most Trusted Odia Daily

\