ମଦନପୁର, ୨୦।୧୦((ଜଗଦୀଶ ପ୍ରସାଦ ରଣା ): କଳାହାଣ୍ଡି ଜିଲାର ଏମ୍. ରାମପୁର ବ୍ଲକ୍ ଅନ୍ତର୍ଗତ ମଦନପୁର ଅଲାତରା ଗ୍ରାମରେ ସୋମବାର ଅପରାହ୍ନରେ ବଜ୍ରପାତ ହୋଇ ୨୨ଟି ଛେଳି ମରିଛନ୍ତି। ଛେଳି ଚରାଉଥିବା ଚରାଳି ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଗ୍ରାମର ଜନକ ଭୋଇ ଓ ବିରଞ୍ଚି ମାଝୀ ଛେଳିଗୁଡ଼ିକୁ ସୁନାମୁଖି ଜଙ୍ଗଲକୁ ଚରାଇବାକୁ ନେଇଯାଇଥିଲେ। ଅଚାନକ ଘଡ଼ଘଡ଼ି ସହ ବଜ୍ରପାତ ହେବାରୁ ଛେଳିଗୁଡ଼ିକ ଘଟଣାସ୍ଥଳରେ ମୃତ୍ୟୁ ବରଣ କରିଥିଲେ।
ମୃତ ଛେଳିଙ୍କ ମଧ୍ୟରେ ବିରଞ୍ଚି ମାଝୀଙ୍କ ୫ଟି, ସୁରେନ୍ଦ୍ର ଭୋଇଙ୍କ ୪ଟି, ଜଗନ୍ନାଥ ଭୋଇଙ୍କ ୪ଟି, କିଶୋର ପଟେଲଙ୍କ ୨ଟି, ମାଗସିର ନାଗଙ୍କ ୨ଟି, ହରିଶ୍ଚନ୍ଦ୍ର ଭୋଇଙ୍କ ୨ଟି ଓ ଜଗବନ୍ଧୁ ଭୋଇ, ସାଧୁ ରଣା, ଚୈତନ୍ୟ ପଟେଲଙ୍କ ଗୋଟିଏ ଲେଖାଏଁ। ଖବର ପାଇ ପ୍ରାଣୀ ଚିକିତ୍ସା ବିଭାଗର ଜିତେନ୍ଦ୍ର ନାଗ ପହଞ୍ଚି ମୃତ ଛେଳିଙ୍କ ବ୍ୟବଚ୍ଛେଦ କରିଛନ୍ତି। ଗ୍ରାମବାସୀ ମୃତ ପଶୁ ମାଲିକଙ୍କୁ ସହାୟତା ଦାବି କରିଛନ୍ତି।