୨୨ ବୋତଲ ବିଦେଶୀ ମଦ ଜବତ: ଜଣେ ଗିରଫ

ଦିଗପହଣ୍ଡି,୧୮।୩(ଅଶେଷ ନାଥ ମିଶ୍ର)ଦିଗପହଣ୍ଡି ବ୍ଲକ ବି. ତୁରୁବୁଡ଼ି ଗ୍ରାମର ଟୁଟୁ ସେଠୀଙ୍କ ନିକଟରୁ ପୋଲିସ ୨୨ ଟି ବିଦେଶୀ ମଦ ବୋତଲ ଜବତ କରିଛନ୍ତି। ବିନା ଲାଇସେନ୍ସରେ ବିଦେଶୀ ମଦ ଚୋରା ଚାଲାଣ କରୁଥିବା ଅଭିଯୋଗରେ ତାଙ୍କୁ ଗିରଫ କରାଯିବା ସହ ତାଙ୍କ ନାଁ ରେ ଥାନା ମାମଲା ନଂ.୧୧୧/୨୫ ଅନୁଯାୟୀ ମକଦ୍ଦମା ରୁଜୁ କରାଯାଇଛି। ସୋମବାର ସାରେ ଥାନା ଏସ. ଆଇ ସୋଫିଆ ମିଶ୍ର ସଦଳବଳେ ବି. ତୁରୁବୁଡ଼ି ପଞ୍ଚାୟତ ଇଲାକାରେ ପାଟ୍ରୋଲିଂ କରୁଥିବା ବେଳେ ଟୁଟୁ ଏକ ଜରିଅଖା ଧରି ରାସ୍ତାରେ ଯାଉଥିଲେ। ପୋଲିସ ଟିମ ସନ୍ଦେହରେ ତାଙ୍କୁ ଅଟକାଇ ଜରିଅଖା ଖାନ ତଲାସ କରିବାରୁ ସେଥିରେ ୨୨ଟି ବିଦେଶୀ ମଦ ବୋତଲ ଥିଲା। ଘଟଣାସ୍ଥଳରେ ସାକ୍ଷ୍ୟ ମାନଙ୍କ ଉପସ୍ଥିତିରେ ଥାନା ଏସ.ଆଇ ସେଗୁଡିକୁ ଜବତ କରିବା ସହ ଅଭିଯୁକ୍ତଙ୍କୁ ଗିରଫ କରି ଥାନାକୁ ଉଠାଇ ଆଣିଥିଲେ। ଏ ନେଇ ସେ ଏତଲା ଦେବାପରେ ଆଇଆଇସି ପ୍ରଶାନ୍ତ କୁମାର ପାତ୍ର ଅଭିଯୁକ୍ତଙ୍କ ବିରୋଧରେ ମକଦ୍ଦମା ରୁଜୁ କରିଥିଲେ।