ଭଞ୍ଜନଗର,୨୫।୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ ଘୁମୁସର ଉତ୍ତର ବନଖଣ୍ଡ ଓ ଦକ୍ଷିଣ ବନଖଣ୍ଡରୁ ଚଳିତ ବର୍ଷ ରଥ ନିର୍ମାଣପାଇଁ ପୁରୀ ରଥଯାତ୍ରାକୁ ୨୦୪ ଖଣ୍ଡ କାଠଯିବ। ଇତିମଧ୍ୟରେ ବୁଗୁଡ଼ା ଓ ତାରସିଂ ରେଞ୍ଜରୁ ପ୍ରଥମ ପର୍ଯ୍ୟାୟ କାଠ ପୁରୀ ପଠାଯାଇଛି।
ଆସନ୍ତା କାଲି କେନ୍ଦ୍ରୀୟ ବନାଞ୍ଚଳରୁ ଆଉ କିଛି କାଠ ଯିବ। ଏଥିସହ ମୁଜାଗଡ ସମେତ ଅନ୍ୟାନ୍ୟ ରେଞ୍ଜରୁ ମଧ୍ୟ କାଠ ଯିବ। ବିଗତ କିଛି ବର୍ଷ ହେବ ଏହି ବନଖଣ୍ଡରୁ ପୁରୀ ରଥଯାତ୍ରା ପାଇଁ ରଥ ନିର୍ମାଣ ପାଇଁ କାଠ ଯାଉଛି। ପୁରୀ ରଥଯାତ୍ରାରେ ଘୁମୁସର ବନଖଣ୍ଡର ଅବଦାନ ବଢୁଛି । ଯାହାକି ଅଞ୍ଚଳବାସୀଙ୍କ ପାଇଁ ଗର୍ବର ବିଷୟ। ଏହିଭଳି ସୋମବାର ସଂନ୍ଧ୍ୟାରେ ୨୦ ଖଣ୍ଡ କାଠ ପୁରୀ ପଠାଯାଇଛି। ଡିଏଫଓ ହିମାଂଶୁ ଶେଖର ମହାନ୍ତି ପୂଜାର୍ଚ୍ଚନା କରିବା ପରେ ରଥ ଗାଡ଼ି ଆଗକୁ ବଢ଼ିଥିଲା। ଏହି ସମୟରେ ରାସ୍ତାରେ ଉଭୟ ପାଶର୍ବରେ ଲୋକେ ରଥ ଗାଡ଼ିକୁ ପୂଜାର୍ଚ୍ଚନା କରିଥିଲେ। ଏସିଏଫ ବିବେକ ଦାସ, ବିମଳ ପ୍ରସାଦ ପ୍ରଧାନ, ରେଞ୍ଜର ବିମ୍ବାଧର ସାହୁ ପ୍ରମୁଖ କାର୍ଯ୍ୟକ୍ରମକୁ ସଫଳ ପରିଚାଳନା କରିବାରେ ସହଯୋଗ କରିଥିଲେ।
Dharitri – Odisha’s No.1 Odia Daily