Categories: ଖେଳ

୨୦୩୧ ମହିଳା ବିଶ୍ୱକପ୍‌: ଆୟୋଜକ ଦୌଡ଼ରେ ଆମେରିକା

ବେଲଗ୍ରେଡ,୩ା୪: ୨୦୩୧ ମହିଳା ଫୁଟ୍‌ବଲ ବିଶ୍ୱକପ୍‌ ଆୟୋଜନ ଲାଗି ଆମେରିକା ଏକା ଆବେଦନ କରିଛି ଏବଂ ୟୁନାଇଟେଡ୍‌ କିଙ୍ଗଡମ ୨୦୩୫ ଟୁର୍ନାମେଣ୍ଟ ଆୟୋଜନ କରିବା ନିଶ୍ଚିତ।

ଫିଫା ସଭାପତି ଗିଆନି ଇନଫାଣ୍ଟିନୋ ଗୁରୁବାର ଏହା ଘୋଷଣା କରିଛନ୍ତି। ୨୦୩୧ ଟୁର୍ନାମେଣ୍ଟ ଲାଗି ଫିଫା ଭାଗ ନେଉଥିବା ଦଳ ସଂଖ୍ୟାକୁ ୩୨ରୁ ୪୮କୁ ବୃଦ୍ଧି କରିବାକୁ ଯୋଜନା ରଖିଥିବା ସେ ସ୍ପଷ୍ଟ କରିଛନ୍ତି। ପରବର୍ତ୍ତୀ ମହିଳା ବିଶ୍ୱକପ୍‌ ୨୦୨୭ରେ ବ୍ରାଜିଲରେ ହେବାର ଅଛି।

Share