ଦିଲ୍ଲୀ ପରେ ୨୦୨୬ରେ ପଶ୍ଚିମବଙ୍ଗ ପାଳି, ମମତା ବାନାର୍ଜୀଙ୍କୁ କିଏ ଦେଲେ ଏମିତି ଚ୍ୟାଲେଞ୍ଜ

କୋଲକାତା,୯ା୨: ଦିଲ୍ଲୀ ବିଧାନସଭା ନିର୍ବାଚନରେ ଭାଜପା ବିଜୟ ଲାଭ କରିବା ପରେ ପଶ୍ଚିମବଙ୍ଗ ଭାଜପା ନେତା ଶୁଭେନ୍ଦୁ ଅଧିକାରୀ ମମତା ବାନାର୍ଜୀଙ୍କୁ କଡ଼ା ଚେତାବନୀ ଦେଇ କହିଛନ୍ତି, ପରବର୍ତ୍ତୀ ସମୟରେ ଆପଣଙ୍କର ପାଳି।

ଭାଜପା ବିଜୟ ଲାଭ କରିବା ପରେ ସାମ୍ବାଦିକମାନଙ୍କ ପ୍ରଶ୍ନର ଉତ୍ତରରେ ଶୁଭେନ୍ଦୁ ଖୁସିରେ ଗଦ୍‌ଗଦ୍‌ ହୋଇ କହିଛନ୍ତି, ‘ଦିଲ୍ଲୀର ବିଜୟ ଆମର, ୨୦୨୬ରେ ପଶ୍ଚିମବଙ୍ଗ ପାଳି ହେବ।’

ଦିଲ୍ଲୀ ବିଧାନସଭା ନିର୍ବାଚନରେ ଭାଜପାର ଐତିହାସିକ ବିଜୟକୁ ଦେଶ ପାଇଁ ଗୁରୁତ୍ୱପୂର୍ଣ୍ଣ ବୋଲି  ଶୁଭେନ୍ଦୁ କହିଛନ୍ତି । ସେ କହିଛନ୍ତି ଯେ, ଏହା ଦୁର୍ନୀତି ଏବଂ ମିଥ୍ୟା ରାଜନୀତିର ଅନ୍ତର ଆରମ୍ଭ। ଆମ୍‌ ଆଦ୍‌ମୀ ପାର୍ଟି ସରକାର ଲୋକଙ୍କୁ ଦେଇଥିବା ପ୍ରତିଶ୍ରୁତିକୁ ବିଶ୍ୱାସଘାତକତା କରିଛି ଏବଂ ଦୁର୍ନୀତିରେ ଲିପ୍ତ ଅଛି, ଯାହାର ଜବାବ ଦିଲ୍ଲୀର ଲୋକମାନେ ଦେଇଛନ୍ତି।

ଦିଲ୍ଲୀର ପରିସ୍ଥିତି ସମ୍ପର୍କରେ ଶୁଭେନ୍ଦୁ କହିଛନ୍ତି, ଏହା ଦେଶର ରାଜଧାନୀ ଏବଂ ଏହାକୁ ଏକ ଅନ୍ତର୍ଜାତୀୟ ସ୍ତରର ସହର କରାଯିବା ଉଚିତ ଥିଲା, କିନ୍ତୁ ଆମ୍‌ ଆଦ୍‌ମୀ ପାର୍ଟି ଏହାକୁ ନଷ୍ଟ କରିଦେଇଛି। ସେ କହିଛନ୍ତି, ମୋଦି ସରକାରଙ୍କ ନେତୃତ୍ୱରେ ଦେଶରେ ଯେପରି ବିକାଶ ହୋଇଛି, ଦିଲ୍ଲୀରେ ମଧ୍ୟ ସେହିପରି ହେବା ଉଚିତ ଥିଲା। ସେ କହିଛନ୍ତି, ମୋଦି ସରକାର ଯମୁନା ଏକ୍ସପ୍ରେସ୍‌ଓ୍ବେ ଏବଂ ଅନ୍ୟାନ୍ୟ ଭିତ୍ତିଭୂମି ବିକାଶ କରିଥିଲେ, କିନ୍ତୁ ଦିଲ୍ଲୀ ସରକାର ଏହାକୁ ପରିଚାଳନା କରିବାରେ ବିଫଳ ହୋଇଥିଲେ।

Share
Tags: bjp