ଆଉ ଦୁଇ ସପ୍ତାହ ପରେ ଆସିବ ନୂଆବର୍ଷ ୨୦୨୬। ଏହାକୁ ନେଇ ଏବେଠାରୁ ଉତ୍କଣ୍ଠା ବଢ଼ିବାରେ ଲାଗିଲାଣି। ଏମିିତିରେ ଜ୍ୟୋତିଷମାନେ ମଧ୍ୟ ନୂଆ ବର୍ଷ କାହାପାଇଁ କିଭଳି ଯିବ ସେନେଇ ଜଣାଇବା ଆରମ୍ଭ କରିଛନ୍ତି। ଆଜି ଆମେ ସେହି ବିଷୟରେ ଜଣାଇବୁ।
ଜ୍ୟୋତିଷଶାସ୍ତ୍ର ମୁତାବକ ୨୦୨୬ରେ ଅନେକ ଗ୍ରହ ରାଶି ପରିବର୍ତ୍ତନ କରି ଶୁଭଫଳ ପ୍ରଦାନ କରିବା ସହ ୪ ରାଜଯୋଗ ସୃଷ୍ଟି କରୁଛନ୍ତି। ଏହାର ପ୍ରଭାବ ମାନବ ଜୀବନ ଏବଂ ଦେଶ ଦୁନିଆ ଉପରେ ପଡ଼ିବ। ଏହାଦ୍ୱାରା କିଛି ରାଶିର ଗୋଲ୍ଡେନ ଟାଇମ୍ ଆରମ୍ଭ ହୋଇପାରେ। ନୂଆ ଚାକିରି ସହ ଅପାର ଧନଲାଭ ହୋଇପାରେ। ଆସନ୍ତୁ ଜାଣିବା ଏହି ରାଶିଗୁଡ଼ିକ କ’ଣ…
ତୁଳା ରାଶି:
ଏହି ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ୪ ରାଜଯୋଗ ଲାଭପ୍ରଦ ସାବ୍ୟସ୍ତ ହୋଇପାରେ। ଏହି ସମୟରେ ଆକସ୍ମିକ ଧନଲାଭ ହୋଇପାରେ। ଏଥିସହ ଦୀର୍ଘଦିନ ଧରି ଅଟକିଥିବା କାର୍ଯ୍ୟ ପୂରଣ ହେବ। ମାନସିକ ସନ୍ତୁଳନ ବୃଦ୍ଧି ପାଇବ। ସେହିଭଳି ଏହି ସମୟରେ ପୁରୁଣା ନିବେଶ ଏବଂ ଯୋଜନାର ଲାଭ ମିଳିବାର ସମ୍ଭାବନା ଅଛି। ସାମାଜିକ ମାନ ପ୍ରତିଷ୍ଠା ବୃଦ୍ଧି ହେବ। ଏହି ସମୟରେ ଆପଣ ଦେଶ ବିଦେଶକୁ ଯାତ୍ରା କରିପାରିବେ। ଆପଣଙ୍କ ସାହସ ଏବଂ ପରାକ୍ରମ ବୃଦ୍ଧି ପାଇବ। ଧନ ସଞ୍ଚୟ କରିବାରେ ସଫଳ ହେବେ।
ମିଥୁନ ରାଶି:
୪ ରାଜଯୋଗ ହେବା ମିଥୁନ ରାଶି ଜାତକଧାରୀଙ୍କ ପାଇଁ ଅନୁକୂଳ ସାବ୍ୟସ୍ତ ହୋଇପାରେ। ଏହି ସମୟରେ ଆପଣଙ୍କ କାମ ସହ କାରବାରରେ ଉନ୍ନତି ହେବ। ଅଟକିଥିବା କାର୍ଯ୍ୟ ପୂରଣ ହେବ। କ୍ୟାରିୟରରେ ନୂତନ ଅବସର ଏବଂ ପଦୋନ୍ନତିର ଯୋଗ ସୃଷ୍ଟି ହେଉଛି। ସେହିଭଳି ଧନଲାଭ ଯେଭଳି ସମ୍ପତ୍ତି, ଯାଗା, ପୁରୁଣା ନିବେଶରୁ ଲାଭ ପାଇବେ। ବେରୋଜଗାର ବ୍ୟକ୍ତିଙ୍କୁ ଚାକିରି ମିଳିପାରେ। ବ୍ୟବସାୟୀ ମାନଙ୍କର ପ୍ରଚୁର ଧନଲାଭ ହୋଇପାରେ।
ବୃଷ ରାଶି:
ଏହି ରାଶିର ଜାତକଧାରୀଙ୍କ ପାଇଁ ୪ ରାଜଯୋଗ ଲାଭଦାୟକ ରହିବ। ଚାକିରି ସହ ବ୍ୟବସାୟରେ ଉନ୍ନତି ଯୋଗ ରହିଛି। ସମ୍ମାନ ସହ ପ୍ରତିଷ୍ଠା ବୃଦ୍ଧି ପାଇବ। ପୁରୁଣା କରଜ ଶୁଝିବେ। ଆଧ୍ୟାତ୍ମିକ ବିଚାର ସହ ଭୌତିକ ସୁଖ ବୃଦ୍ଧି ପାଇବ। କାମ ସହ କାରୋବାର ସମ୍ବନ୍ଧରେ ଯାତ୍ରା କରିପାରିବେ ଯାହାକି ଲାଭକାରୀ ରହିବ।