Categories: Home Leftଖେଳ

ଟି୨୦ ବିଶ୍ୱକପ୍‌ରେ ଏହି ଦୁଇ ସିନିୟର ଖେଳାଳି ନିହାତି ଖେଳିବା ଆବଶ୍ୟକ: ଗାଙ୍ଗୁଲି

କୋଲକାତା,୭ା୧: ୨୦୨୪ ଟି୨୦ କ୍ରିକେଟ ବିଶ୍ୱକପ୍‌ ପାଇଁ ଭାରତୀୟ ଦଳରେ ରୋହିତ ଶର୍ମା ଏବଂ ବିରାଟ କୋହଲି ସାମିଲ ହେବା ଉଚିତ ବୋଲି କହିଛନ୍ତି ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି। ଜୁନ୍‌ ମାସରେ ବିଶ୍ୱକପ୍‌ ହେବାକୁ ଥିବା ବେଳେ ଗାଙ୍ଗୁଲି ଏହି ଦୁଇ ସିନିୟର ଖେଳାଳିଙ୍କୁ ଖେଳିବାକୁ କହିଛନ୍ତି।

ରୋହିତ ଶର୍ମାଙ୍କୁ ସୀମିତ ଓଭର ଦଳର ଅଧିନାୟକ ଭାବରେ ଗାଙ୍ଗୁଲି ପସନ୍ଦ କରୁଥିବା ବେଳେ କୋହଲିଙ୍କ ଉପସ୍ଥିତି ନିହାତି ଆବଶ୍ୟକ ବୋଲି କହିଛନ୍ତି ଗାଙ୍ଗୁଲି। ଉଭୟ ଖେଳାଳି ବିଗତ ୧୪ ମାସ ଧରି ଟି୨୦ କ୍ରିକେଟ ଖେଳି ନାହାନ୍ତି। ତେବେ ଏହା ଏକ ସମସ୍ୟା ନୁହେଁ ବୋଲି କହିଛନ୍ତି ଗାଙ୍ଗୁଲି।

ସେହିପରି ଯଶସ୍ବୀ ଜୟସ୍ବାଲଙ୍କ ଭବିଷ୍ୟତ ଉଜ୍ଜ୍ୱଳ ବୋଲି ଗାଙ୍ଗୁଲି ଭବିଷ୍ୟବାଣୀ କରିଛନ୍ତି। ୨୨ ବର୍ଷୀୟ ବାମହାତୀ ଓପନର ଦକ୍ଷିଣ ଆଫ୍ରିକାର ପ୍ରତିକୂଳ ପରସ୍ଥିତିରେ ୪ ଇନିଂସରୁ ୫୦ ରନ୍‌ ସ୍କୋର କରିଥିଲେ। ଦ୍ୱିତୀୟ ଟେଷ୍ଟ ମ୍ୟାଚର ଦ୍ୱିତୀୟ ଇନିଂସରେ ଜୟସ୍ବାଲ ଚମତ୍କାର ବ୍ୟାଟିଂ କରିଥିଲେ। ଏହା ତାଙ୍କ କ୍ୟାରିୟରର ଆରମ୍ଭ ହୋଇଥିବା ବେଳେ ଆଗାମୀ ଦିନରେ ତାଙ୍କୁ ଆହୁରି ଅଧିକର ଅଧିକ ସୁଯୋଗ ମିଳିବ ବୋଲି ଗାଙ୍ଗୁଲି କହିଛନ୍ତି।