ବିଦ୍ୟାଳୟରୁ ୨୦ ଛାତ୍ର କୁଆଡ଼େ ଉଭାନ: ଚିନ୍ତାରେ ଅଭିଭାବକ

କୋରାପୁଟ,୧।୧୨(ଅମିତାଭ ବେହେରା): କୋରାପୁଟ ସରକାରୀ ଉଛ ବିଦ୍ୟାଳୟ -ଲଙ୍କାପୁଟର ଛାତ୍ରବାସରୁ ୨୦ ଛାତ୍ର ନିଖୋଜ। ଆଜି ସକାଳୁ ପ୍ରଥମରୁ ପଞ୍ଚମ ର ୨୦ ଜଣ ଛାତ୍ର କୁଆଡେ ଚାଲି ଯାଇଥିବା ସୂଚନା ମିଳିଛି। ଛାତ୍ରବାସ ଆଗରେ ନିଖୋଜ ଛାତ୍ରଙ୍କ ଅଭିଭାବକମାନେ ଖୋଜାଖୋଜି କରିବା ସହ ହଷ୍ଟେଲ ଆଗରେ କାନ୍ଦ ବୋବାଳି ପଡ଼ିଛି। କୁଆଡେ ଗଲେ କାହିଁକି ଗଲେ ତାହା ଅସ୍ପଷ୍ଟ ରହିଛି। ଅଭିଭାବକମାନେ ଚିନ୍ତାରେ ଥିବା ବେଳେ ସ୍କୁଲ କର୍ତ୍ତୃପକ୍ଷ ନୀରବ ଅଛନ୍ତି । ଲଙ୍କାପୁଟ ସ୍କୁଲରେ ଆଖପାଖ ଗ୍ରାମର ଅର୍ଥାତ, ଶୁକୁ, ହାଟ ସୁକୁ,ପିତେଇ ଭଳି ଗ୍ରାମର ଆଦିବାସୀ ଛାତ୍ରମାନେ ଏଠାରେ ରହି ପାଠ ପଢୁଛନ୍ତି । ପ୍ରଥମରୁ ପଞ୍ଚମ ଶ୍ରେଣୀର ଏହି କୁନି କୁନି ପିଲାମାନେ କୁଆଡେ ଗଲେ, କାହିଁକି ଗଲେ, ଖାଇଛନ୍ତି କି ନାହିଁ ବର୍ତ୍ତମାନ ସୁଦ୍ଧା କିଛି ଖୋଜଖବର ମିଳି ନାହିଁ। ପାଖରେ କୋଲା ଜଳଭଣ୍ଡାର ରହିଛି ଓ ବଣ ପାହାଡ଼ ବି ଅଛି । ଅନ୍ୟପଟେ ବର୍ତ୍ତମାନ ସୁଦ୍ଧା ପିଲାଙ୍କ ଅଭିଭାବକମାନେ ସମ୍ପର୍କୀୟ ଓ ନିକଟସ୍ଥ ଅଞ୍ଚଳରେ ଖୋଜାଖୋଜି ଜାରି ରଖିଛନ୍ତି। କିନ୍ତୁ ଶିକ୍ଷା ବିଭାଗ ଅଧିକାରୀ ଏବେ ସୁଦ୍ଧା ସ୍କୁଲରେ ପହଞ୍ଚିନାହାନ୍ତି ।

Dharitri – Odisha’s No.1 Odia Daily

 

 

Share