ଭଞ୍ଜନଗରରେ ୨୦ରୁ ଜିଲାସ୍ତରୀୟ ଶିଶୁ ଉତ୍ସବ

ଭଞ୍ଜନଗର,୧୫ା୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପେନ୍ଦ୍ର ଭଞ୍ଜ ଉଚ୍ଚ ବିଦ୍ୟାଳୟରେ ଆସନ୍ତା ୨୦ ଓ ୨୧ ତାରିଖ ଦୁଇ ଦିନ ଧରି ଜିଲାସ୍ତରୀୟ ଶିଶୁ ଉତ୍ସବ ପାଳିତ ହେବ। ଓଷ୍ଟା ପକ୍ଷରୁ ତାହା ପାଳିତ ହେବ। ତେଣୁ ରବିବାର ଏକ ପ୍ରସ୍ତୁତି ବୈଠକ ସ୍ଥାନୀୟ ଉପେନ୍ଦ୍ର ଭଞ୍ଜ ଉଚ୍ଚ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଓଷ୍ଟାର ଜିଲା ସଭାପତି ସନ୍ତୋଷ କୁମାର ଜେନା ସଭାପତିତ୍ୱ କରିଥିଲେ। ଉପେନ୍ଦ୍ର ଭଞ୍ଜ ଉଚ୍ଚ ବିଦ୍ୟାଳୟ ପ୍ରଧାନଶିକ୍ଷକ ମଦନ ମୋହନ ରଥ ସ୍ବାଗତ ଭାଷଣ ଦେଇଥିଲେ। ଜିଲା ସମ୍ପାଦକ ବିଜୟ କୁମାର ବେହେରା ବୀବରଣୀ ପଠନ କରିଥିଲେ। ଶିଶୁଉତ୍ସବକୁ ଶୃଙ୍ଖଳିତ ଭାବେ ପରିଚାଳନା କରିବା ପାଇଁ କେତୋଟି ବିଭାଗ ଗଠନ କରି ଏହାର ଦାୟିତ୍ୱ ଶିକ୍ଷୟିତ୍ରୀଶିକ୍ଷକମାନଙ୍କୁ ପ୍ରଦାନ କରାଯାଇଥିଲା। ଏଥିସହ ୧୦ଟି ପ୍ରତିଯୋଗିତାକୁ ପରିଚାଳନା ସହ ବିଚାରକ ଭାବେ ୩୦ ଜଣ ଶିକ୍ଷୟିତ୍ରୀ, ଶିକ୍ଷକଙ୍କୁ ଦାୟିତ୍ୱ ଦିଆଯାଇଛି। ପ୍ରତିଯୋଗୀ ଓ ଗାଇଡ୍‌ ଶିକ୍ଷକ, ଶିକ୍ଷୟିତ୍ରୀଙ୍କ ରହିବା, ଖାଇବା, ଶୋଭାଯାତ୍ରା ଓ ବେଲେଶ୍ୱର ମନ୍ଦିର, ବିଜୁ ପଟ୍ଟନାୟକ ପାର୍କ ବୁଲିବା ଉପରେ ଆଲୋଚନା କରାଯାଇଥିଲା। ଆଲୋଚନାରେ ଅଲ୍‌ ଓଷ୍ଟାଗ ରାଜ୍ୟ ମୁଖ୍ୟ ଉପଦେଷ୍ଟା ଜଗବନ୍ଧୁ ଜେନା, ଦିଲ୍ଲୀପ କୁମାର ସ୍ବାଇଁ, ବାସନ୍ତୀ ପାଣିଗ୍ରାହୀ, ପ୍ରମୋଦ କୁମାର ଗୌଡ଼, ଶୁଳପାଣି ଶତପଥୀ, ଲକ୍ଷ୍ମୀନାରାୟଣ ପାତ୍ର, ପ୍ରିୟ ରଞ୍ଜନ ପ୍ରଧାନ ପ୍ରମୁଖ ଭାଗନେଇ ନିଜର ମତ ରଖିଥିଲେ। ଦୁଇଦିନ ଧରି ହେବାକୁ ଥିବା ଉତ୍ସବରେ ଜିଲାର ୨୨ ଟି ବ୍ଲକ ଓ ବ୍ରହ୍ମପୁରରେ ହୋଇଥିବା ଶିଶୁ ଉତ୍ସବର ପ୍ରଥମ ଓ ଦ୍ୱିତୀୟ ସ୍ଥାନ ଅଧିକାର କରିଥିବା କୃତୀ ଛାତ୍ରୀଛାତ୍ର ଏଥିରେ ଭାଗ ନେବେ। ବିଷୟ ସମ୍ପାଦକ କହିଥିଲେ। ଏଠାରୁ ପ୍ରତି ବିଭାଗରେ ପ୍ରଥମ ହୋଇଥିବା କୃତୀ ଛାତ୍ରୀଛାତ୍ର ଆସନ୍ତା ୨୬ରୁ ୨୯ ପର୍ଯ୍ୟନ୍ତ କଟକ ଠାରେ ହେଉଥିବା ରାଜ୍ୟ ସ୍ତରୀୟ ଶିଶୁ ଉତ୍ସବରେ ଯୋଗଦେବେ। ଓଷ୍ଟା କର୍ମକର୍ତ୍ତା ପ୍ରମୋଦ କୁମାର ଗୌଡ଼ ଧନ୍ୟବାଦ ପ୍ରଦାନ କରିଥିଲେ।

Dharitri – Odisha’s No.1 Odia Daily

Share