ଖଡ଼ିଆଳ,୩।୯(ସୁଜିତ କୁମାର ପ୍ରଧାନ ): ଟିଡି ଭ୍ୟାକ୍ସିନ ନେଇ ୨ଜଣ ଛାତ୍ରୀ ଅସୁସ୍ଥ । ଏଭଳି ଏକ ଘଟଣା ନୂଆପଡ଼ା ଜିଲା ସିନାପାଲି ହାଇସ୍କୁଲ ରେ ଘଟିଛି। ଛାତ୍ରୀମାନେ ସିନାପାଲି ମେଡିକାଲରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଛନ୍ତି ।
ସୂଚନାନୁଯାୟୀ, ବୁଧବାର ତିନି ଜଣିଆ ଟିମ୍ ସିନାପାଲି ହାଇସ୍କୁଲକୁ ଯାଇ ଟିଡି ଭ୍ୟାକ୍ସିନ ଦେଇଥିଲେ । ଏହାପରେ ଦୁଇ ଜଣ ଛାତ୍ରୀ ଅସୁସ୍ଥ ହୋଇପଡ଼ିଥିଲେ। ଏବେ ଅସୁସ୍ଥଙ୍କ ଚିକିତ୍ସା ଚାଲିଥିବା ସିନାପାଲି ମେଡିକାଲ ଇନଚାର୍ଚ୍ଚ କହିଛନ୍ତି ।