ସୂଚନାନୁଯାୟୀ, ଦୁହେଁ ମିଶି ଏକ ହିରୋ ଗ୍ଲାମର ବାଇକ ନଂ. (ଓଡି୦୭ଭି ୬୨୪୪) ଯୋଗେ ବ୍ରହ୍ମପୁର ଅଭିମୁଖେ ଯାଉଥିଲେ। ଏହି ସମୟରେ କୌଣସି ଏକ ଗାଡ଼ି ଧକ୍କା ଦେଇ ଚାଲି ଯାଇଥିଲା। ସ୍ଥାନୀୟ ଲୋକଙ୍କ ସହାୟତାରେ ଆହତ ଦ୍ବୟଙ୍କୁ ଉଦ୍ଧାର କରି ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଉଭୟଙ୍କ ଅବସ୍ଥା ଗୁରୁତର ରହିଥିବା ଯୋଗୁ ପ୍ରାଥମିକ ଚିକିତ୍ସା ପରେ ଦୁହିଁଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଗୁରୁତର ଅମର ଦାସଙ୍କ ଶ୍ବଶୁର ଘର ଚାନ୍ଦପୁର ହୋଇଥିବା ବେଳେ ନିଜ ଘର ବ୍ରହ୍ମପୁର ସଦର ଥାନା ଅନ୍ତର୍ଗତ ବାଇଗଣବାଡ଼ି ଗ୍ରାମରେ ବୋଲି ଜଣାପଡିଛି। ତେବେ ସେମାନଙ୍କୁ ଏକ ଡାଲା ଅଟୋ ଧକ୍କା ଦେଇ ଦ୍ରୁତଗତିରେ ଚାଲିଯାଇଥିବା ନେଇ ସ୍ଥାନୀୟ ଲୋକେ ସୂଚନା ଦେଇଥିଲେ। ହେଲେ ଡ୍ରାଇଭର ସେଠାରୁ ଫେରାର ହୋଇଯାଇଛନ୍ତି।