ମାଲକାନଗିରି,୮।୨(ଦୁର୍ଯ୍ୟୋଧନ ପାତ୍ର): ନିଖୋଜ ୨ ନାବାଳିକାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। କାଳିମେଳା ଥାନା ଏମଭି ୪୧ ଗାଁ ନିକଟ ଜଙ୍ଗଲରୁ ମୃତଦେହ ଉଦ୍ଧାର ହୋଇଛି। ୨ ଦିନ ହେଲା ନିଖୋଜ ନେଇ ପରିବାର ପକ୍ଷରୁ ଏତଲା ହୋଇଥିଲା।ସକାଳୁ ଏକ ଗଛରୁ ଦୁହିଁଙ୍କ ମୃତଦେହ ଉଦ୍ଧାର ପରେ ଛାନଭିନ ଚାଲିଛି। ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିଛନ୍ତି। ସେମାନଙ୍କୁ କିଏ ମାରିଟାଙ୍ଗି ଦେଇଥିବା କହିଛନ୍ତି। ପୋଲିସ ତଦନ୍ତ ଆରମ୍ଭ କରିଛି। ମୃତକ ଦ୍ୱୟ MV- ୭୨ ପ୍ରାଥମିକ ନୋଡାଲ ବିଦ୍ୟାଳୟର ଛାତ୍ରୀ।