SYDNEY, AUSTRALIA - NOVEMBER 27: A protestor is usher from the field by security after pitch invading during game one of the One Day International series between Australia and India at Sydney Cricket Ground on November 27, 2020 in Sydney, Australia. (Photo by Mark Kolbe/Getty Images)
ସିଡ୍ନୀ, ୨୮ା୧୧(ପି.ଟି.)-ଶୁକ୍ରବାର ଏଠାରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ପ୍ରଥମ ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟ ମ୍ୟାଚ ଚାଲିଥିବାବେଳେ ପଡ଼ିଆରେ ପ୍ରବେଶ କରିଥିବା ୨ଜଣ ବିକ୍ଷୋଭକାରୀଙ୍କୁ ସୁରକ୍ଷାକର୍ମୀମାନେ କାବୁ କରିନେଇଥିଲେ। ଜଣେ ଅନୁପ୍ରବେଶକାରୀଙ୍କ ହାତରେ ଧରିଥିବା ପ୍ଲାକାର୍ଡରେ ଅଷ୍ଟ୍ରେଲିଆରେ ଆଦାନି ଗ୍ରୁପ୍ କୋଇଲା ପ୍ରକଳ୍ପକୁ ନିନ୍ଦା କରି ଏକ ଲେଖା ପ୍ରକାଶ ପାଇଥିଲା। ଘରୋଇ ଦଳର ଇନିଂସର ୬ଷ୍ଠ ଓଭରରେ ନବଦୀପ ସଇନୀ ବୋଲିଂ କରିବାକୁ ପ୍ରସ୍ତୁତ ହେଉଥିବାବେଳେ ଅନୁପ୍ରବେଶକାରୀ ଦ୍ୱୟ ପିଚ୍ ପାଖାପାଖି ହୋଇଯାଇଥିଲେ। କରୋନା ମହାମାରୀ ଯୋଗୁ ବିଶ୍ୱସାରା ବିନାଦର୍ଶକରେ ଟୁର୍ନାମେଣ୍ଟ ଆୟୋଜନ ହେଉଛି। ଶୁକ୍ରବାର ଏଠାରେ ପ୍ରଥମ ଥର ଦର୍ଶକଙ୍କୁ ଅନୁମତି ଦିଆଯାଇଥିଲା। ଭାରତ-ଅଷ୍ଟ୍ରେଲିଆ ସିରିଜରେ କ୍ରିକେଟ ଅଷ୍ଟ୍ରେଲିଆ (ସିଏ) ସର୍ବାଧିକ ୫୦ ପ୍ରତିଶତ ଦର୍ଶକଙ୍କୁ ଅନୁମତି ଦେଇଛି। ଏହି ସିରଜରେ ତିନୋଟି ଅନ୍ତର୍ଜାତୀୟ ଦିନିକିଆ, ସମାନ ସଂଖ୍ୟକ ଟି୨୦ ଏବଂ ୪ ଟେଷ୍ଟ ମ୍ୟାଚ ଖେଳାଯିବାର କାର୍ଯ୍ୟକ୍ରମ ରହିଛି।