ହସ୍ପିଟାଲରେ ମୂଷା କାମୁଡ଼ାରେ ୨ ନବଜାତ ଶିଶୁଙ୍କ ମୃତ୍ୟୁ

ନୂଆଦିଲ୍ଲୀ,୩।୯: ମଧ୍ୟପ୍ରଦେଶର ଇନ୍ଦୋରର ମହାରାଜା ଯଶବନ୍ତରାଓ ହସ୍ପିଟାଲରେ (MYH) ମୂଷା କାମୁଡ଼ାରେ ୨ ଦିନ ମଧ୍ୟରେ ଦୁଇ ନବଜାତଶିଶୁର ମୃତ୍ୟୁ ହୋଇଛି। ଖଣ୍ଡବାରୁ ଆସିଥିବା ଏକ ଶିଶୁକନ୍ୟା ମଙ୍ଗଳବା ମୃତ୍ୟୁ ବରଣ କରିଥିଲେ, ଯେତେବଳେ ଦେବାସରୁ ଆସିଥିବା ଅନ୍ୟ ଶିଶୁର ବୁଧବାର ମୃତ୍ୟୁ ହୋଇଛି।

ଡାକ୍ତରମାନେ କହୁଛନ୍ତି ଯେ ଶିଶୁମାନେର ମୃତ୍ୟୁ ମୂଷା କାମୁଡ଼ାରେ ନୁହେଁ, ବରଂ ଜନ୍ମଗତ ସମସ୍ୟା ଯଥା କଙ୍ଗେନିଟାଲ୍ ଆନିମିଆ, କମ୍ ଓଜନ୍ (୧ କିଲୋ ଓ ୧.୬ କିଲୋ) ଏବଂ ଅନ୍ୟାନ୍ୟ ଜଟିଳତାରୁ ହୋଇଛି। ହସ୍ପିଟାଲ୍ ସୁପରିଣ୍ଟେଣ୍ଡେଣ୍ଟ୍ ଅଶୋକ ଯାଦବ କହିଛନ୍ତି, “ମୂଷା କାମୁଡ଼ାର ଚିହ୍ନ ଥିଲା, କିନ୍ତୁ ଏହା ମୃତ୍ୟୁର କାରଣ ନୁହେଁ।” ଡେପୁଟି ସୁପରିଣ୍ଟେଣ୍ଡେଣ୍ଟ୍ ଡ. ଜିତେନ୍ଦ୍ର ବର୍ମା ମଧ୍ୟ ଏକ ଶିଶୁର ଅପରେସନ୍ ପରେ ସେପ୍ଟିସେମିଆରୁ ମୃତ୍ୟୁ ହୋଇଥିବା କହିଛନ୍ତି।

ନଇଓନାଟାଲ୍ ଆଇସିୟୁରେ (NICU) ମୂଷା କିଛି ଦିନ ଧରି ଘୁରୁଥିବା ସ୍ୱୀକାର କରାଯାଇଛି। ପୁରୁଣା ହସ୍ପିଟାଲ୍, ବର୍ଷା ଓ ରୋଗୀଙ୍କ ସହ ଖୋଲା ଖାଦ୍ୟ ପ୍ରବେଶରୁ ଏହି ସମସ୍ୟା ବୃଦ୍ଧି ପାଇଛି। ନିକଟସ୍ଥ ନେହରୁ ଚିଲ୍ଡ୍ରେନ୍ସ୍ ହସ୍ପିଟାଲ୍, କେନ୍ସର୍ ହସ୍ପିଟାଲ୍ ଓ ଟିବି ସେନ୍ଟରରେ ମଧ୍ୟ ମୂଷା ଦେଖାଯାଉଛି।

ଏହି ଘଟଣାକୁ ନେଇ ସରକାର ଡ୍ୟାମେଜେ କଣ୍ଟ୍ରୋଲ୍ ମୋଡ୍‌ରେ ରହିଛନ୍ତି। ଉପ-ମୁଖ୍ୟମନ୍ତ୍ରୀ ରାଜେନ୍ଦ୍ର ଶୁକ୍ଲା କହିଛନ୍ତି, “ଏହା ଗମ୍ଭୀର ବିଷୟ। ପେଷ୍ଟ୍ କଣ୍ଟ୍ରୋଲ୍ ଏଜେନ୍ସିକୁ ୧ ଲକ୍ଷ ଟଙ୍କା ଦଣ୍ଡ ଓ ଟର୍ମିନେସନ୍ ନୋଟିସ୍ ଦିଆଯାଇଛି। ନର୍ସିଙ୍ଗ୍ ସୁପରିଣ୍ଟେଣ୍ଡେଣ୍ଟ୍‌କୁ ରିମୁଭ୍ କରାଯାଇଛି, ଦୁଇ ନର୍ସିଙ୍ଗ୍ ଅଫିସରଙ୍କୁ ସସ୍ପେଣ୍ଡ ଏବଂ ପିଡିୟାଟ୍ରିକ୍ ଡିପାର୍ଟମେଣ୍ଟ୍ HODଙ୍କୁ ନୋଟିସ୍ ଦିଆଯାଇଛି।”

ତେବେ ଘଟଣାକୁ ନେଇ ବିରୋଧୀ କଂଗ୍ରେସ୍ ଏହାକୁ ‘କସ୍ମେଟିକ୍’ କହି ସମାଲୋଚନା କରିଛି। ରାଜ୍ୟ କଂଗ୍ରେସ୍ ଅଧ୍ୟକ୍ଷ ଜୀତୁ ପଟ୍ୱାରୀ କହିଛନ୍ତି, “ଶିଶୁମାନଙ୍କୁ ମୂଷା ନୁହେଁ, ଭ୍ରଷ୍ଟ ପ୍ରଶାସନ୍ ହତ୍ୟା କରିଛି। ସରକାର ସୁପରିଣ୍ଟେଣ୍ଡେଣ୍ଟ୍ ଓ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ନିଲମ୍ବନ କରନ୍ତୁ।” ଏହି ଘଟଣା ପ୍ରଥମ ନୁହେଁ; ୨୦୨୩ରେ ମର୍ଟୁଆରୀରେ ମଧ୍ୟ ଏଭଳି ଘଟଣା ଘଟିଥିଲା।