Categories: Home Leftଖେଳ

ଗୋଟିଏ ମ୍ୟାଚ୍‌ରେ ଆହତ ହେଲେ ଦୁଇ ଭାରତୀୟ ଖେଳାଳି

ପୁଣେ,୨୩।୩: ଇଂଲଣ୍ଡ ବିପକ୍ଷରେ ଚାଲିଥିବା ପ୍ରଥମ ଦିନିକିଆ ମ୍ୟାଚ୍‌ରେ ଭାରତୀୟ ଦଳର ଦୁଇ ଖେଳାଳି ଆହତ ହୋଇଛନ୍ତି। ବ୍ୟାଟିଂ ବେଳେ ଭାରତୀୟ ଓପନର ରୋହିତ ଶର୍ମା ଆଘାତ ପାଇଥିବାବେଳେ ଫିଲ୍ଡିଂ ବେଳେ ଆହତ ହୋଇଛନ୍ତି ମଧ୍ୟକ୍ରମର ବ୍ୟାଟ୍ସମ୍ୟାନ ଶ୍ରେୟାସ ଆୟାର। ଏ ନେଇ ବିସିସିଆଇ ପକ୍ଷରୁ ସୂଚନା ଦିଆଯାଇଛି। ବ୍ୟାଟିଂ କରୁଥିବାବେଳେ ବଲ ବାଉନ୍ସ ହୋଇ ରୋହିତଙ୍କ କହୁଣିରେ ବାଜିଥିଲା। ଆଘାତ ପାଇଥିବା ସ୍ଥାନରେ ଯନ୍ତ୍ରଣା ଅନୁଭବ ହେଉଥିବାରୁ ସେ ଫିଲ୍ଡିଂ କରିବାକୁ ପଡ଼ିଆକୁ ଓହ୍ଲାଇ ନ ଥିଲେ।

ବୋଲିଂ ବେଳେ ୮ମ ଓଭରରେ ଜନ୍ନି ବେଆରଷ୍ଟୋଙ୍କ ଏକ ଶକ୍ତିଶାଳୀ ଶଟ୍‌କୁ ରୋକିବାକୁ ଯାଇ ଡ୍ରାଇଭ ମାରିଥିଲେ ଆୟାର। ଏଥିରେ ତାଙ୍କ କାନ୍ଧରେ ଆଘାତ ଲାଗିଥିଲା। ଏପରି କି ତାଙ୍କୁ ଯନ୍ତ୍ରଣାରେ ଛଟପଟ ହେଉଥିବା ଦେଖିବାକୁ ମିଳିଥିଲା। ତେବେ ଦୁଇ ଖେଳାଳିଙ୍କ ଆହତ ସମସ୍ୟା କେତେ ଗୁରୁତର ତାହା ଏମ୍‌ଆରଆଇ ପରେ ଜଣାପଡ଼ିବ।